ମୁକ୍ତ ମଞ୍ଚରେ ଓଡ଼ିଶାର ଲୋକକଳା   — କଳାକାରଙ୍କ ମନରେ ଅସୁମାରୀ ଉତ୍ସାହ ଓ ଉଦ୍ଦୀପନା

ଭୁବନେଶ୍ୱର,୦୫/୦୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଶାର ପାରମ୍ପରିକ ନୃତ୍ୟ ସଦାବେଳେ ଦର୍ଶକଙ୍କ ମନ ଜିଣି ଆସିଛି। ଆମ ରାଜ୍ୟରେ ଅନେକ ଲୋକନୃତ୍ୟ ଅଛି ଯାହା ଅନେକ ଦେଖି ନଥିବେ। ଲୋକକଳା ଓ ଲୋକନୃତ୍ୟ କିଭଳି ଦର୍ଶକଙ୍କ ପାଖେ ସବୁବେଳେ ପହଞ୍ଚି ପାରିବ ସେ ନେଇ ସରକାରଙ୍କ ଉଦ୍ୟମ ରହି ଆସିଛି। ଭୁବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବରେ ଦେଖିବାକୁ ମିଳୁଛି ଓଡ଼ିଶାର ଲୋକ ନୃତ୍ୟ। ସନ୍ଧ୍ୟା ହେଲେ ମୁକ୍ତ ମଞ୍ଚରେ ଗୋଟାଏ ପରେ ଗୋଟାଏ ଲୋକ ନୃତ୍ୟ ପରିବେଷଣ ହେଉଛି। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସେମାନଙ୍କ ବିଷୟରେ ଜାଣିବାକୁ ମଧ୍ୟ ଅନେକ ବହୁତ ଆଗ୍ରହୀ। ରାଜ୍ୟର ଏହି ଲୋକନୃତ୍ୟ ଚଳିତବର୍ଷ ଅନନ୍ୟ ଆକର୍ଷଣ ରହିଛି l କଳାହାଣ୍ଡି ଜିଲ୍ଲାର କଳାକାରଙ୍କ ଲୋକ ନୃତ୍ୟରେ ଢୋଲ,ତାଶା ସହିତ ପାରମ୍ପରିକ ପରିଧାନ ଆକର୍ଷଣୀୟ ଥିଲା l ସେହିପରି ଗଞ୍ଜାମର କୁମ୍ଭନୃତ୍ୟ ମଧ୍ୟ ଏକ ଅନନ୍ୟ ଆକର୍ଷଣ ସାଜିଥିଲା। ମା ମଙ୍ଗଳାଙ୍କ   ଉଦ୍ଦେଶ୍ୟରେ କଳସ ସବୁ ପୂଜା କରାଯାଏ। ଯାହାକୁ କୁମ୍ଭ ବୋଲି କୁହାଯାଏ। ଏହି କୁମ୍ଭକୁ ମୁଣ୍ଡ ଉପରେ ଗୋଟିଏ ପରେ ଗୋଟିଏ ରଖି କଳାକାରମାନେ ନୃତ୍ୟ ପ୍ରଦର୍ଶନ କରନ୍ତି। କେବଳ ଆଶ୍ଵିନ ମାସର ଦେବୀ ପକ୍ଷରେ ଏହି ନୃତ୍ୟ ବ୍ରହ୍ମପୁର ଠାରେ ପରିବେଷଣ କରାଯାଏ l  ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳାକାରଙ୍କ ଦ୍ଵାରା ରଣପା ଓ ବାଘ ନୃତ୍ୟ ପରିବେଷଣ ଯାହା ଉପସ୍ଥିତ ଲୋକଙ୍କ ମନରେ ସିଂହରଣ ସୃଷ୍ଟି କରିଥିଲା l ରାଜ୍ଯ ତଥା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଆସିଥିବା କଳାକାରଙ୍କ ଦ୍ଵାରା ପାରମ୍ପରିକ ନୃତ୍ୟ ରାଇବେଲସି ନୃତ୍ୟ ଅନ୍ୟତମ ଆକର୍ଷଣ ଥିଲା l

କଳାକାର ସରକାରଙ୍କ ଏହି ସୁଯୋଗ ଓ ସାଂସ୍କୃତିକ ପ୍ରୋତ୍ସାହନ ବେଶ୍ ଖୁସି ବୋଲି ମତ ବ୍ୟକ୍ତ କରିଛନ୍ତି l କୁମ୍ଭ ନୃତ୍ୟ କରିବାକୁ ଆସିଥିବା କଳାକାର କହିଛନ୍ତି, ଏକାମ୍ର ଉତ୍ସବରେ ବାହାରୁ ମଧ୍ୟ ଅନେକ ଲୋକ ଆସୁଛନ୍ତି। ଲୋକ ସଂଖ୍ୟା ବଢ଼ିଲେ ପ୍ରଦର୍ଶନ ପାଇଁ ଆତ୍ମସନ୍ତୋସ ମିଳେ। ଏତେ ମାତ୍ରାରେ ଲୋକ ଦେଖି ପ୍ରଦର୍ଶନ ପାଇଁ ଆଗ୍ରହ ଆସୁଛି। ଏଥି ସହ ଲୋକକଳାକୁ ସ୍ବତନ୍ତ୍ର ମଞ୍ଚ ମିଳିଥିବାରୁ ଅଧିକ ଖୁସି ଲାଗୁଛି।

Leave a Reply

Your email address will not be published. Required fields are marked *