ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନାଟ୍ୟ ଦିବସ ପାଳିତ

କଟକ,୨୮/୦୩/୨୦୨୫(ଓଡ଼ିଶା ସମାଚାର)- କଟକ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ନାଟକ ଦିବସ ପାଳିତ ହୋଇଯାଇଛି । କଳାବିକାଶ କେନ୍ଦ୍ରରେ ବିଶ୍ୱ ନାଟ୍ୟ ଦିବସ ଉପଲକ୍ଷେ ଯାଜପୁରରୋଡ୍ ସିମିଳି ଅନୁଷ୍ଠାନ ପକ୍ଷରୁ ସୁକାନ୍ତ ରାଉତଙ୍କ ନିର୍ଦ୍ଧେଶିତ ସୁରେନ୍ଦ୍ର ମହାନ୍ତିଙ୍କ ମୂଳରଚନା ସାରୀପୁତ ନାଟକ ମଂଚସ୍ଥ ହୋଇଥିଲା । ସେହିପରି ଜନତା ରଙ୍ଗମଂଚ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ବର୍ଷିଆନ ମଂଚ ଅଭିନେତା ଦୀପେନ୍ ଘୋଷ, ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ ଦାସ,ପ୍ରଫେସର ବାବଜୀ ଚରଣ ପଟ୍ଟନାୟକ, ଜନତା ରଙ୍ଗମଂଚର ସମ୍ପାଦକ ବିନୋଦ ବେହେରା ପ୍ରମୁଖ ମଂଚାସୀନ ଥିବା ବେଳେ ବାପୁ ଲେଙ୍କା ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଣବ କର,ଇନ୍ଦ୍ରଜିତ ଘୋଷ, ଶ୍ରୀକାନ୍ତ ଚୌଧୁରୀ, ଅଶୋକ ମହାନ୍ତି, ଅମରେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ନପୂର୍ଣ୍ଣା ଥିଏଟର -ବି ପକ୍ଷରୁ ଡ. ବୈଜୟନ୍ତୀ ମିଶ୍ରଙ୍କ ରଚିତ ଚନ୍ଦନ ସାହୁଙ୍କ ନିର୍ଦ୍ଧେଶିତ ନାଟକ ମର୍ତରେ ଦିନଟିଏ ମଂଚସ୍ଥ ହୋଇଥିଲା ।

ଶ୍ରୀରାମଚନ୍ଦ୍ର ଭବନରେ ଥିଏଟର ମୁଭେମେଂଟ ପାଳିଥିଲା ବିଶ୍ୱ ନାଟ୍ୟ ଦିବସ । ଆଇନଜୀବୀ ଧରଣୀ ଧର ନାୟକ ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡାକ୍ତର ଜୟନ୍ତ ପଣ୍ଡାଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ସଭାପତି ଡ. ନାରାୟଣ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ମହତାବ ରୋଡ୍ ସ୍ଥିତ ନୀଳାଚଳ ସମବାୟ ଭବନରେ ପାଳିତ ବିଶ୍ୱ ନାଟ୍ୟ ଦିବସରେ ସାଧାରଣ ସଂପାଦକ ସଂଜିତ୍ କୁମାର ପଟ୍ଟନାୟକ,ନାଟ୍ୟକାର ନାରାୟଣ ସାହୁ, ଡ. ରମେଶ ଚନ୍ଦ୍ର ମଲ୍ଲିକ, ସ୍ମିତା ତ୍ରିପାଠୀ, କିଶୋର କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *