କୃଷି ବନୀକରଣ ପ୍ରକଳ୍ପ ତରଫରୁ କୃଷକ ପରିଦର୍ଶନ କାର୍ଯ୍ୟକ୍ରମ

ଜଗତସିଂହପୁର,୨୬/୦୩/୨୦୨୫ (ଓଡ଼ିଶା ସମାଚାର)- ଆଜି ତା ୨୬.୦୩.୨୦୨୫ ଦିନ ଅଗପାଳ ଓ ଟାଇଁକୂଳ ଗ୍ରାମ ର ୩୩ ଜଣ କୃଷକ ଓ କୃଷିଜୀବୀ ମହିଳା  ସର୍ବଭାରତୀୟ କୃଷି ବନୀକରଣ ପ୍ରକଳ୍ପ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର ନିମକଣା ଜଗତସିଂପୁର କୁ ଏକ ଦିବସୀୟ ଜ୍ଞାନ ବର୍ଦ୍ଧକ ପରିଦର୍ଶନ କାର୍ଯ୍ୟକ୍ରମରେ ଆସି ଏହି ଅନୁଷ୍ଠାନ ର ବିଭିନ୍ନ ପରିଦର୍ଶନ କ୍ଷେତ୍ରକୁ ବୁଲି ଦେଖିଥିଲେ।

କୃଷି ବନୀକରଣ ପ୍ରକଳ୍ପ ର ବରିଷ୍ଠ ବୈଜ୍ଞାନିକ ଡଃ ସୁବାଷ ଚନ୍ଦ୍ର ମହାପାତ୍ର କୃଷକ ମାନଙ୍କୁ ବନୀକରଣ ର ଉପକାରିତା ଓ ଗ୍ରାମ୍ୟ ସ୍ତରରେ ଏହା ଦ୍ଵାରା ଚାଷୀ ଙ୍କ ଆର୍ଥିକ ଉନ୍ନତି କିପରି ହେବ ଏହା ବିଷୟରେ ଆଲୋକପାତ କରିଥିଲେ। କୃଷି ବନୀକରଣ ଦ୍ଵାରା ପରିବେଶ ସନ୍ତୁଳନ ଓ ଅଧିକ ଉପାର୍ଜନ  କରିବା ବିଷୟରେ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଡଃ ଜୀବନଜିତ୍ ସେନ୍ କୃଷକ ମାନଙ୍କୁ ବୁଝାଇଥିଲେ।

କୃଷି ବିଜ୍ଞାନ କେନ୍ଦ୍ର ର ଅନ୍ୟାନ୍ୟ ବୈଜ୍ଞାନିକ ଯଥା ଡଃ ଦ୍ବାରିକା ମୋହନ ଦାସ, ଶ୍ରୀମତୀ ସସ୍ମିତା ପୁରୋହିତ,ଡଃ ଦେବାଶିଷ ପଣ୍ଡା କୃଷକ ମାନଙ୍କ ସହିତ ଲାଭ ଜନକ କୃଷି ବନୀକରଣ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ଶେଷ ରେ ସମସ୍ତ ଅଂଶ ଗ୍ରହଣ କାରି କୃଷକଙ୍କୁ ବନୀକରଣ ପ୍ରକଳ୍ପ ତରଫରୁ ଟିସୁ କଳଚର୍ କଦଳୀ ଚାରା,ବିହନ ସୁଖାଇବା ପାଲ, ଓ ବେଲଚା ଇତ୍ୟାଦି କ୍ଷୁଦ୍ର କୃଷି ଯନ୍ତ୍ରପାତି ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ଗୋଚ୍ଛାୟତ ,ବିଜୟିନୀ ସାହୁ, ବଳିଆ ମାଝୀ  ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *