ଧାନ ଓ ଅନ୍ୟାନ୍ୟ ଫସଲରେ ଘାସ ନିୟନ୍ତ୍ରଣ ସଚେତନତା ଶିବିର ଆୟୋଜିତ

ଜଗତସିଂହପୁର, ୨୬/୦୩/୨୦୨୫ (ଓଡ଼ିଶା ସମାଚାର)-  କେ.ଭି.କେ. ଜଗତସିଂହପୁର ଓ ସର୍ବଭାରତୀୟ ସମନ୍ୱିତ ତୃଣକ ଦମନ ଗବେଷଣା ପ୍ରକଳ୍ପ, ଓୟୁଏଟି ପକ୍ଷରୁ ସାଂପ୍ରତିକ ପରିସ୍ଥିତିରେ ଧାନ ଓ ମୁଗ ଫସଲରେ ଘାସ ନିୟନ୍ତ୍ରଣ ସମ୍ପର୍କରେ ଏକ ସଚେତନତା ଶିବିରର କୁଜଙ୍ଗ ବ୍ଲକ ଅଧିନସ୍ଥ ବାଗୋଇ ଗ୍ରାମର ଆୟୋଜିତ ହୋଇଯାଇଅଛି।

ଏଥିରେ ତୄଣକ ପ୍ରକଳ୍ପର ଭାରପ୍ରାପ୍ତ ଅଧିକାରୀ  ଡ଼ଃ ରବିରତ୍ନ ଦାଶ ବିଭିନ୍ନ ଫସଲରେ ଘାସ ନିୟନ୍ତ୍ରଣର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ଵ ପ୍ରଦାନ କରିଥିଲେ ଓ ଡ଼ଃ ମହମ୍ମଦ ଅବଦୁଲ ଆଲିମ ସାଂପ୍ରତିକ ପରିସ୍ଥିତିରେ ଅନ୍ୟାନ୍ୟ ଫସଲରେ ଘାସର ଭୟାବହତା, ପ୍ରାଦୁର୍ଭାବ ଓ ସମସ୍ୟା ସମ୍ପର୍କରେ ଜଣାଇବା ସହ ସମନ୍ୱିତ ପଦ୍ଧତିରେ ଫସଲରେ କିପରି ଘାସର ପରିଚାଳନା କରିହେବ ସେ ସମ୍ପର୍କରେ ମଧ୍ଯ ଚାଷୀ ଭାଇ ମାନଙ୍କୁ ଅବଗତ କରାଇଥିଲେ।

ଏଥିରେ ଗାଜର ଘାସ ସମ୍ବନ୍ଧିତ ତିନି ଗୋଟି ପୁସ୍ତିକା ଓ ଧାନ ଫସଲରେ ଘାସ ନିୟନ୍ତ୍ରଣ ପୁସ୍ତିକା ଚାଷୀ ଭାଇ ମାନଙ୍କୁ ବଣ୍ଟନ କରାଯାଇଥିଲା। ଏହି ଅବସରରେ କୋଦାଳ ହରିଜନ ଚାଷୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ସଭାକୁ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ର ବୈଜ୍ଞାନକ ଡ଼ଃ ଜୀବନ୍ ଜିତ୍ ସେନ୍ ପରିଚାଳନା କରିଥିଲେ। ଏଥିରେ କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ର ଅନ୍ୟାନ୍ୟ ବୈଜ୍ଞାନିକ ଗଣ ଓ ପାଖାପାଖି ଗ୍ରାମର ଆଗୁଆ ଚାଷୀ ଭାଇ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *