କଟକ ସଦର,୨୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀଵ୍ରହ୍ମପୁର ସାଇଁପୋରୁଆ ଗ୍ରାମରେ ବିଶିଷ୍ଟ ରାଜନେତା ତଥା ବିଶିଷ୍ଟ ସମାଜସେବୀ ଵିରକିଶୋର ପରିଡ଼ା ଙ୍କ ସର୍ବଦଳୀୟ ସ୍ମୃତି ଚାରଣ ସଭା ଗତକାଲି (ମଙ୍ଗଳବାର )ରାତିରେ ଏକ ଦୁଃଖଦ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସ୍ୱତଃ ପ୍ରବୃତ ଭାବେ ବହୁ ଵିରକିଶୋର ପ୍ରେମୀ ଙ୍କ ସହିତ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,
ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ଯାଦବ ମହାସଭାର ସର୍ବଭାରତୀୟ ଉପସଭାପତି ପ୍ରଫୁଲ୍ଲ ଦାସ, ରାଜ୍ୟ ସଂପାଦକ ସୁବୋଧ ବେହେରା, ଜିଲ୍ଲା ସଭାପତି ସମର ବେହେରା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ,
ପୂର୍ବତନ ବ୍ଲକ୍ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରତ୍ନାକର ବେହେରା, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, ଜଣାଶୁଣା ସଂଗଠକ ସୂର୍ଯ୍ୟ ସାରଥି ବେହେରା, ବିଜେଡ଼ି ନେତା ବିଳାସ ମଲ୍ଲିକ, ବିଜେପି ନେତା ପ୍ରଦୀପ ବେହେରା,କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ରାଜ୍ୟ ସଭାପତି ପ୍ରଦୀପ ରାଉତରାୟ, ଅଶୋକ ବେହେରା,
ଚିତ୍ତରଞ୍ଜନ ବେହେରା ପ୍ରମୁଖ ଅନେକ ବ୍ୟକ୍ତିବିଶେଷ ଯୋଗଦେଇ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଵିରକିଶୋର ଙ୍କ ସମାଜ ସେଵା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଵିରକିଶୋର ଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ପରିଡ଼ା, ବୋହୁ ସ୍ୱର୍ଣ୍ଣ ଲତା ପରିଡ଼ା ଙ୍କ ସମେତ ପରିବାର ଓ ଆତ୍ମୀୟ ସହାୟତା କରିଥିଲେ।
