କଟକ ସଦର,୨୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ ଆଜି (ବୁଧବାର ଦିନ) ଓଡ଼ିଶା ହାଇକୋର୍ଟର ୩୫ତମ ମୂଖ୍ୟ ବିଚାରପତି ଭାବେ ଶପଥଗ୍ରହଣ କରିଛନ୍ତି ।
ଓଡ଼ିଶାର ରାଜ୍ୟପାଳ ହରିଵାଵୁ କମ୍ଭମପତି ଜଷ୍ଟିସ ହରିଶ୍ ଟଣ୍ଡନ ଙ୍କୁ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ ପରିସରରେ ଆୟୋଜିତ ଶପଥଗ୍ରହଣ ସମାରୋହରେ ଶପଥ ପାଠ କରାଇଥିଲେ। ଏହି ପଦରେ ଥିବା ଜଷ୍ଟିସ ଚକ୍ରଧର ଶରଣ ସିଂ ଗତ ଜାନୁଆରୀ ୧୯ ତାରିଖ ରେ ଅବସରର ଗ୍ରହଣ କରିବା ପରେ ଏହି ପଦ ପୁରଣ ହୋଇ ପାରିନଥିଲା।
ଆଜିର ଏହି ଶପଥଗ୍ରହଣ ସମାରୋହରେ ମୂଖ୍ୟମନ୍ତ୍ରୀ, ଉପ ମୂଖ୍ୟମନ୍ତ୍ରୀ,ହାଇକୋର୍ଟର ବିଚାରପତି, ବରିଷ୍ଠ ଆଇନଜୀବି,ଵାର ଆସୋସିଏସନ୍ ର କର୍ମକର୍ତ୍ତା ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।