ନିଶ୍ଚିନ୍ତକୋଇଲି,୨୦/୦୯/୨୦୨୫(ଓଡିଶା ସମାଚାର/ ଅଭୟ ଜେନା)-ସାର ମିଳୁନି ଚାଷୀକୁ,ଜମିରେ ଭଲ ଫସଲହେବ କେମିତି । ଏଥିନେଇ ସମବାୟ ସମିତି ଘେରିଛନ୍ତି ଚାଷୀ । ସମବାୟ ସମିତି ଜରିଆରେ ସରକାର ଚାଷୀଙ୍କୁ ସାର ଯୋଗାଇବାକୁ ଘୋଷଣା କରିଥିବା ବେଳେ,ଏହା କେବଳ ଧୂଆଁ ବାଣ ବୋଲି ଅଭିଯୋଗ ହେଉଛି । ସାର କଳାବଜାରୀକୁ ରୋକିବାରେ ମଧ୍ୟ ସରକାର ବିଫଳ ହେବା ଅଭିଯୋଗ ଆସିଛି । ଅନ୍ୟ ପକ୍ଷରେ କଳାବଜାରୀ ହେଉଥିବା ସାରକୁ ଚଢ଼ା ଦାମରେ ଗରୀବ ଚାଷୀ କିଣିବା ମୁସ୍କିଲ । ବିଲରେ ଧାନ ରୁଆ ପୋତା ପରେ ସାର ପାଇଁ କୃଷି ସେବା ସମବାୟ ସମିତି କୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଚାଷୀ ।
ଆଜି ,କାଲି. କହି ଦିନ ଗଡାଉଛନ୍ତି ସମବାୟ ସମିତିର ସମ୍ପାଦକ ମାନେ,ଠିକଣା ସମୟରେ ସାର ଗଣ୍ଡାକ ମିଳୁନଥିବାରୁ, ଫସଲ ଉଜୁଡିଯିବାର ଆଶଙ୍କାରେ ଚାଷୀର ଆଖିରୁ ଲୁହ ଝରୁଛି । ଏଭଳି ଘଟଣା ଏବେ ଚର୍ଚ୍ଚା ରେ ଥିବା ବେଳେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ସେବା ସମବାୟ ସମିତି ଅଧୀନରେ ଥିବା ହେକ୍ଟର ହେକ୍ଟର ଧାନ ଜମି ହଳଦିଆ ପଡ଼ିଗଲାଣି ।
ଧାନ ଜମିରେ ପଡ଼ିବାକୁ ଆବଶ୍ୟକ ସାର ମିଳୁ ନଥିବାରୁ ତାତିଲେଣି ଚାଷୀ। ବନ୍ଧକାଟିଆ ସେବା ସମବାୟ ସମିତି ଆଗରେ ମେଳି କଲେଣି ଚାଷୀ। ଏପଟେ ସାର ର ଅଭାବ ଥିବା କଥା କୁ ବନ୍ଧକାଟିଆ ସେବା ସମବାୟ ସମିତି ର ସଂପାଦକ ସ୍ବୀକାର କରୁଥିବାବେଳେ, ସରକାର ସୋସାଇଟି କୁ ସାର ଯୋଗାଇବା ମାତ୍ରେ,ସମସ୍ତ ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ସାର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
