ଜାତୀୟ ସ୍ତରୀୟ ଆଲୋଚନା ଚକ୍ର,  ସାରସ୍ୱତ ମହାକୁମ୍ଭ ଏବଂ ନାଗରିକ ସମ୍ମାନ ସମାରୋହ

ରାଉରକେଲା,୨୪/୦୩/୨୦୨୫ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ)- ଓଡ଼ିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ପକ୍ଷରୁ ଜାତୀୟ ସ୍ତରୀୟ ଆଲୋଚନାଚକ୍ର ଏବଂ ନାଗରିକ ସମ୍ମାନ ସମାରୋହ ଶ୍ରୀକ୍ଷେତ୍ର ପୁରୀ ସ୍ଥିତ ସଂସ୍କୃତି ଭବନ ପରିସରରେ ମହା ଆଡ଼ମ୍ବରର ସହ ପାଳିତ ହୋଇଯାଇଛି।  କାର୍ଯ୍ୟକ୍ରମଟି ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ତତ୍ବାବଧାନରେ ଆୟୋଜିତ ହୋଇଥିବାବେଳେ  ରାଜ୍ୟ ର ସମସ୍ତ ପ୍ରତିନିଧି ଙ୍କ ସହଭାଗିତାରେ ଏହା ସୁନ୍ଦର ଭାବେ ଆୟୋଜିତ ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ଉଦଘାଟକ ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ମୁଖ୍ୟ ଅତିଥି ଭାବେ  ରାଜ୍ୟସଭା ସାଂସଦ ସୁବାଶିଷ ଖୁଣ୍ଟିଆ, ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି କୁଞ୍ଜ ବିହାରୀ ରାଉତ, ସମାଜସେବୀ ବନ୍ଦନା ହରିଚନ୍ଦନ, ଦାର୍ଶନିକ ପଣ୍ଡିତ  ନୀଳକଣ୍ଠ ରାଉତ ଏବଂ ହାପି ମୋମେଣ୍ଟସ ର ରାଜ୍ୟ ପ୍ରମୁଖ ତଥା  ସମାଜସେବୀ ଶଶଧର ପଣ୍ଡା ଯୋଗଦାନ କରି ବିକଶତ ଭାରତ ବର୍ଷର ଗଠନ ରେ ନାଗରିକ ଙ୍କ କର୍ତ୍ତବ୍ୟ ଓ ନାରୀମାନଙ୍କ ସଶକ୍ତିକରଣ ତଥା ସମାଜକୁ ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା।

କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ଆକର୍ଷଣ ଶିଶୁ କଳାକାର ମାନଙ୍କ ଦ୍ଵାରା ନୃତ୍ୟ , ସଙ୍ଗୀତ , ପରିବେଷଣ କରାଯାଇଥିଲା । ସମ୍ବର୍ଦ୍ଧିତ ବ୍ୟକ୍ତିଙ୍କ ମଧ୍ୟରେ ଡିମ୍ପଲ ସାହୂ, ନିବେଦିତା ଜେନା, ଶୁଭ୍ରା ପଣ୍ଡା, ସୌଦାମିନୀ ଦାଶ, ପ୍ରିୟମ୍ବଦା ଦାଶ ,ପାର୍ଥ ରାଉତ,ଗୀତାଞ୍ଜଳି ମହାପାତ୍ର ବକ୍ତବ୍ୟ ପ୍ରଦାନ  କରିଥିଲେ। କାର୍ଯ୍ୟକ୍ରମ ର ଦ୍ଵିତୀୟ ପର୍ଯ୍ୟାୟ ରେ ଓଡ଼ିଶାର ୨୪ ଜିଲ୍ଲା ର ୧୦୮ ଜଣ ପ୍ରତିଭାବାନ ବ୍ୟକ୍ତିଙ୍କୁ ମଞ୍ଚ ଉପରେ ପୁଷ୍ପଗୁଚ୍ଛ ମାନପତ୍ର, ଉତ୍ତରୀୟ ଏବଂ ଟ୍ରଫି ପ୍ରଦାନ କରାଯାଇ ଏକାମ୍ର ପ୍ରତିଭା  ସମ୍ମାନରେ ସମ୍ମାନିତ କରାଯାଇଥିଲା ।  ତୃତୀୟ ପର୍ଯ୍ୟାୟରେ ରେ ସାରସ୍ୱତ ମହାକୁମ୍ଭ ଓ କବିତା ଆସର ଆୟୋଜିତ ହୋଇଥିଲା ।

ଏଥିରେ ପଣ୍ଡିତ ନୀଳକଣ୍ଠ ରାଉତ ସଭାପତି, ସାହିତ୍ୟିକ ଦାଶ ବେନହୁର ମୁଖ୍ୟବକ୍ତା ଓ ଉପଦେଷ୍ଟା କୁଞ୍ଜବିହାରୀ ରାଉତ ସମ୍ମାନିତ ଅତିଥି ତଥା ସଂଯୋଜକ ଭାବେ ଯୋଗଦେଇ କବିତା ଆସର କୁ ସଂଯୋଜନା କରିଥିଲେ। ରାଜ୍ୟ ସାଂସଦ ଶ୍ରୀ ଖୁଣିଆ  ଏବଂ  ପ୍ରସିଦ୍ଧ ଲେଖକ ଦାଶ ବେନୁହର  ହାଫି ମୋମେଣ୍ଟସ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।  ନିଜେ ଆନନ୍ଦ ରେ ରହିବା ଏବଂ ସମାଜରେ ଆନନ୍ଦ ବିସ୍ତାର କରିବା ମୂଳ ଲକ୍ଷ୍ୟ ନେଇ କାମ କରୁଥିବା ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ଆବଳା ବୃଦ୍ଧ, ବନିତା ଙ୍କର ମଧ୍ୟରେ ସ୍ବତନ୍ତ୍ର  ସ୍ଥାନ ସୃଷ୍ଟି କରିପାରିଛି ବୋଲି ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଶିବାନନ୍ଦ ବାରିକ ମଞ୍ଚ ସଂଯୋଜନା କରିଥିଲାବେଳେ ଦକ୍ଷିଣ ଓଡିଶାର ରାଜ୍ୟ ପ୍ରତିନିଧି ପ୍ରଦୀପ ଚୈଧୁରୀ  ପ୍ରଶାନ୍ତ ଶତପଥି, ମାନୋଷି ଘୋଷ, ଜ୍ୟୋସ୍ମିତା ଘୋଷ, ନିତୁ ମହାନ୍ତି ସହାୟକ ଭାବେ ସହଯୋଗ କରିଥିଲେ । ଶେଷରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଶେଷରେ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଶ୍ରୀ  ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *