ରାଜ୍ୟ ସ୍ତରୀୟ ଭଲି ପ୍ରତିଯୋଗିତାରେ କେନ୍ଦ୍ରାପଡା ଦଳ ମନୋନିତ

କେନ୍ଦ୍ରାପଡ଼ା,୨୩/୦୩/୨୦୨୫(ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ଭଲିବଲ ପ୍ରତିଯୋଗିତାରେ ଭାଗନେବା ପାଇଁ କେନ୍ଦ୍ରାପଡା ଦଳ ମନୋନିତ ହୋଇଛି । କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗର ବାଳକ ଏବଂ ବାଳିକା ଅଂଶଗ୍ରହଣ କରିବେ । ବାଳିକା ବିଭାଗରେ ସୁଚିତ୍ରା, ମାମୁନି, ମନିଷା, ଲିମା, ସ୍ମରଣିକା, ସ୍ୱାଗତିକା, ଅର୍ପିତା, ପୁଷ୍ପାଞ୍ଜଳି, ମନୋରମା, ସିତାରା, ଅଫ୍ରିନ, ଇତିଶ୍ରୀ ପ୍ରମୁଖ ମନୋନିତ ହୋଇଛନ୍ତି ।

କୋଚ ଭାବେ ସ୍ୱସ୍ତିତା ପଣ୍ଡା ପିଲାମାନଙ୍କୁ ନେଇ ଯାତ୍ରା କରିଛନ୍ତି । ସେହିପରି ବାଳକ ବିଭାଗରେ ପ୍ରବୀର, ସାଇମନ, ନାଗେଶ୍ୱର, ସାଗର, ଜ୍ୟୋତି, ଦିଲୁ, ଆରିଫ, ବିବେକ, ଚିରଞ୍ଜିବୀ, ସତ୍ୟଜିତ, ଚନ୍ଦନ ମନୋନିତ ହୋଇଛନ୍ତି । ବାଳକ ବିଭାଗର କୋଚ ଭାବେ ଦେବାଶିଷ ରଣା ପିଲାମାନଙ୍କୁ ନେଇ ଯାତ୍ରା କରିଛନ୍ତି । ଏଥିପାଇଁ ଉଭୟ ବାଳିକା ଓ ବାଳକ ଟିମକୁ ଜିଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *