ଗରଦପୁର,୨୩/୦୩/୨୦୨୫ (ଓଡ଼ିଶା ସମାଚାର)- ତେଣ୍ଡାକୁଡା ପଞ୍ଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ଶିରିଡ଼ିସାଇ ଚାରିଟେବଲ ଟ୍ରଷ୍ଟ ର ନୂତନ ସଭାପତି ଭାବେ ଶକ୍ତିକାନ୍ତ ମହାନ୍ତି ନିର୍ବାଚିତ ହୋଇଛନ୍ତି ।
ପୂର୍ବତନ ସଭାପତି ନିଖିଲ ମହାନ୍ତି ଙ୍କ ଦେହାନ୍ତ ପରେ ସର୍ବସମ୍ମତି କ୍ରମେ ଶକ୍ତିକାନ୍ତ ମହାନ୍ତି ଙ୍କୁ ସଭାପତି ରୂପେ ମନୋନୀତ କରାଯାଇଛି । ସମ୍ପାଦକ ଭାବେ ସୁନୀଲ ମହାନ୍ତି ଓ ପରିଚାଳନା କମିଟି ର ଟ୍ରଷ୍ଟି ଭାବରେ ଡ଼କ୍ଟର ରୁଦ୍ଧିସୁନ୍ଦର ମହାନ୍ତି କୋଷାଧ୍ୟକ୍ଷ ଭାବେ ସୋମେନ ମହାନ୍ତି ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି ।