ରଘୁନାଥ ପ୍ରିମିୟର କ୍ରିକେଟ ଆସୋସିଏସନ ଅଚ୍ୟୁତପୁର , ଖୋରଧା ଫାଇନାଲ ମ୍ୟାଚ :- ଅନଟେଡ଼ ୱାରୀୟର ବିଜେତା

 ନିରାକାରପୁର, ୧୦/୦୨/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ମହାବୀର ଖେଳ ପଡିଆ ଅଚ୍ୟୁତପୁର ରେ ଚାଲିଥିବା ରଘୁନାଥ ପ୍ରିମିୟର ଲିଗ କ୍ରିକେଟ ଆସୋସିଏସନ ପ୍ରତିଯୋଗିତା ର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଯାଇଛି ।ଏହି ମ୍ୟାଚ ଟି ଅନଟେଡ଼ ୱାରୀୟର୍ସ ବନାମ ଡ଼ାଇନାମେଟିକ ୱାରୀୟର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଅନଟେଡ଼ ୱାରୀୟର୍ସ ଦଳ ବ୍ୟାଟିଂର ନିଷ୍ପତିନେଇ ନିର୍ଦ୍ଧାରିତ ୧୦ଓଭରରେ ୦୯ ଉଇକେଟ ହରାଇ ୧୧୬ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଡ଼ାଇନାମେଟିକ ଦଳ ୧୦ଓଭରରେ ୭ଉଇକେଟ ହରାଇ ୮୮ରନ ସଂଗ୍ରହ କରି ପରାସ୍ତ ହୋଇଥିଲା । ଚଳିତବର୍ଷର ବିଜେତା ଅନଟେଡ଼ ୱାରୀୟର୍ସ ହୋଇପାରିଥିଲା । କାମଦେବ ପ୍ରଧାନ ଓ ଅଜୟ ଜେନା ଖେଳ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ରାଜ୍ୟ ବିଜୁ ମହିଳା ଜନତା ଦଳ ର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଖେଳ ଦ୍ୱାରା ଭାଇଚାରା ଭାବ ସୃଷ୍ଟି ହେବା ସହ ଶରୀର ସୁସ୍ଥ ରହିଥାଏ ବୋଲି ମତ ବ୍ୟକ୍ତ କରିବାସହ ଖେଳ, ଖେଳାଳି ଓ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିଲେ ଅମୀୟ ସିଂ ସହଯୋଗ କରିଥିଲେ ମହାଦେବ ମହାପାତ୍ର, ମାନସ ପେଣ୍ଠେଇ, ଦେବଜ୍ୟୋତି ନାୟକ, ସଚିନ ଜଗଦେବ ଏବଂ ଅଭିନାଶ ସ୍ୱାଇଁ । ଉଭୟ ବିଜେତା ଓ ଉପବିଜେତା ଦଳକୁ ଅନୁଷ୍ଠାନ ପକ୍ଷରୁ ଟ୍ରଫିସହ ନଗଦ ଅର୍ଥ ରାଶି ପ୍ରଦାନ କରା ଯାଇଥିଲି । ମ୍ୟାନ ଅଫ ଦି ମ୍ୟାଚ, ମ୍ୟାନ ଅଫ ଦି ସିରିଜ ପାଇଥିଲେ  ପୁଷ୍ପକ ଶ୍ରୀଚନ୍ଦନ,ଶଶିକାନ୍ତ ଜେନା ।

Leave a Reply

Your email address will not be published. Required fields are marked *