ନିରାକାରପୁର, ୧୧/୦୧/୨୦୨୪ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ନିରାକାରପୁର କଲେଜ ପଡିଆରେ ସ୍ଥାନୀୟ ଶିକ୍ଷା ବିକାଶ ସଂସ୍ଥାନ ଅଧୀନସ୍ଥ ଆର୍ଯ୍ୟ ବିହାରରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ମହା ସମାରୋହରେ ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟ ସମ୍ପାଦକ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଅତିଥିଭାବେ କ୍ରୀଡ଼ା ଶିକ୍ଷକ ହୃଦାନନ୍ଦ ମହତରାୟ, ପରିଚାଳନା କମିଟି ସଦସ୍ୟ ଶ୍ୟାମା ଶଙ୍କର ମିଶ୍ର ଓ ପ୍ରଧାନ ଆଚାର୍ଯ୍ୟ। ନଳୀନ ରଥ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଖେଳକୁ ଉଦଘାଟନ କରିଥିଲେ। ଏହି କ୍ରୀଡ଼ାରେ ବିଦ୍ୟାଳୟର ୮୦୦ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ, ଲମ୍ବଡିଆଁ, ଉଚ୍ଚ ଡିଆଁ ଭଳି ବିଭିନ୍ନ ଖେଳରେ ପ୍ରତିଯୋଗିତା ମାନେ ଭାଗ ନେଇଛନ୍ତି। ଖେଳ ପରିଚାଳନା ଅବିନାଶ ପଟ୍ଟନାୟକ ,ଚିନ୍ମୟ ଜଗଦ୍ଦେବ କରିଥିଲେ।ନିହାର ଗୁରୁଜୀ ,ପବିତ୍ର ଗୁରୁଜୀ, କିଶୋର ଗୁରୁଜୀ , ମନୋରଞ୍ଜନ ଗୁରୁଜୀ,ସସ୍ମିତା ଗୁରୁମା , ସୂର୍ଯ୍ୟସ୍ମିତା ଗୁରୁମା, ପୁଷ୍ପାଞ୍ଜଳୀ ଗୁରୁମା , ଧରିତ୍ରୀ ଗୁରୁମା, ତପସ୍ଵିନୀ ଗୁରୁମା ପ୍ରମୁଖ ସହଯୋଗ କରିଥିଲେ।