ଧରିଣା ପଞ୍ଚାୟତ ବିଜେପି ପ୍ରତିନିଧି ମଣ୍ଡଳୀ ବିଧାୟକଙ୍କୁ ସାକ୍ଷାତ

ସରପଞ୍ଚଙ୍କୁ ଚେକ୍ ଦେଲେ ବିଧାୟକ

କଟକ ସଦର,୨୩/୦୩/୨୦୨୫ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତର ବିଜେଡ଼ି ସମର୍ଥିତ ସରପଂଚ, ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଏକାନ୍ତ ଅନୁଗତ ତଥା କଟକ ସଦର ବ୍ଲକ ସରପଂଚ ସଂଘ ସଭାପତି ରତ୍ନାକର ରାଉତ ଗତ ଶୁକ୍ରବାର ଦିନ ନିଜର ସ୍ୱାର୍ଥ ସାଧନ ପାଇଁ ତାଙ୍କର ତଥାକଥିତ ହାତଗଣତି କେତେକ ନିର୍ଦ୍ଦିଷ୍ଟ ସମର୍ଥକଙ୍କୁ ନେଇ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଶରଣାପନ୍ନ ହେବା ପରେ ପଞ୍ଚାୟତର ବିଜେପି ଶିବିର ରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ଯିଏ ଗତ ସାଧାରଣ ନିର୍ବାଚନ ରେ ବିଧାୟକ ପ୍ରକାଶ ସେଠୀଙ୍କୁ ତୀବ୍ର ବିରୋଧ କରିବା ସହିତ ବିଜେପି କର୍ମୀ ମାନଙ୍କୁ ହଇରାଣ ହରକତ କରିଥିଲେ ,ତାଙ୍କୁ କିପରି ବିଧାୟକ ଶରଣାପନ୍ନ ହେବାକୁ ସୁଯୋଗ ଦେଲେ ଏହାର ପ୍ରତିବାଦରେ ଆଜି (ରବିବାର ଦିନ) ବିଜେପି ନେତା ରଣଜିତ ରାଉତରାୟ (ମିଲା) ଙ୍କ ନେତୃତ୍ଵରେ ପଞ୍ଚାୟତର ଏକ ଉଚ୍ଚସ୍ତରୀୟ ପ୍ରତନିଧି ମଣ୍ଡଳୀ ଭୁବନେଶ୍ବର ସରକାରୀ ବାସଭବନକୁ ଯାଇଁ ସାକ୍ଷାତ ଆଲୋଚନା କରିଥିବା ଜଣାପଡିଛି।

ଆଲୋଚନାରେ ବିଧାୟକ ଇଂ ସେଠୀ କହିଥିଲେ ଯେ ଯିଏ ଆସିଲେ କିଛି ଫରକ ନାହିଁ।ଆଗେ ବିଜେପି କୁ ଅଗ୍ରାଧିକାର ଦିଆଯିବା ସହ ଆଗାମୀ ଦିନରେ ଉନ୍ନତିମୂଳକ କାର୍ଯ୍ୟକ୍ରମ ବିଜେପି କର୍ମୀଙ୍କ ପରାମର୍ଶକ୍ରମେ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ସରପଂଚ ଓ ତାଙ୍କ ସମର୍ଥକଙ୍କୁ ସଵୁ କ୍ଷେତ୍ରରେ ଚେକ୍ ଦିଆଯିବ ବୋଲି କହିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ବିରଜା ପ୍ରସାଦ ସାହୁ, ପୂର୍ବତନ ସମିତି ସଭ୍ୟ କେଳୁ ଚରଣ ମହାଳି, ଜୟରାମ ପରିଡ଼ା,ପ୍ରଦୀପ ରାଉତରାୟ,ଶିଵ ପ୍ରସାଦ ରାଉତରାୟ, ରମେଶ ଚନ୍ଦ୍ର ସେଠୀ, ସାଗର ପ୍ରଧାନ, ଭଗଵାନ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ପ୍ରମୋଦ ସାହୁ, ରାଜେନ୍ଦ୍ର ରାଉତ,ସୁବ୍ରତ ଭୋଇ, ସୁରେନ୍ଦ୍ର ଦାଶ,ଶରତ ଚନ୍ଦ୍ର ଦାଶ ପ୍ରମୁଖ ବହୁ ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଆସନ୍ତା ସପ୍ତାହରେ ପଞ୍ଚାୟତ ପରିଚାଳନା କମିଟି ର ଏକ ସ୍ୱତନ୍ତ୍ର ବୈଠକ କରି ସର୍ଵସମ୍ମତ ପ୍ରସ୍ତାବ ଦେବାପାଇଁ ବିଧାୟକ ପ୍ରତିନିଧି ମଣ୍ଡଳୀଙ୍କୁ କହିଥିଲେ।

Leave a Reply

Your email address will not be published. Required fields are marked *