କଟକ ୧୬/୧୦/୨୦୨୬(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ପାଞ୍ଚ କୋଟି ଓଡ଼ିଆଙ୍କ ଜନମାନସରେ ସ୍ୱତନ୍ତ୍ର ସ୍ଥାନ ରଖିଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ୮୦ତମ ଜନ୍ମଦିନ ଅବସରରେ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଏକ ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚୌଦ୍ୱାରସ୍ଥିତ ସର୍ଭେଣ୍ଟସ୍ ଅଫ୍ ଇଣ୍ଡିଆ ସୋସାଇଟିଠାରେ ଅନ୍ତେବାସିନୀଙ୍କ ସହ ଜନ୍ମଦିନ ପାଳନ କରାଯିବା ସହ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇଥିଲା।
କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହଙ୍କ ନେତୃତ୍ୱରେ ଚୌଦ୍ୱାର-କଟକ ଅଞ୍ଚଳର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନବୀନ ବାବୁଙ୍କ ଜନ୍ମଦିନ
ପାଳନ କରିଥିଲେ। ଏହି ଅବସରରେ ନେତା ଓ କାର୍ଯ୍ୟକର୍ତ୍ତାମାନେ ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକ ପୁନର୍ବାର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସଲିଲ, ଜିଲ୍ଲା ସାଧାରଣ ସମ୍ପାଦକ ତାପସ ମହାନ୍ତି, କାର୍ଯ୍ୟକାରୀ ସଭାପତି ଜୟଦେବ ଜେନା, ଚୌଦ୍ୱାର ପୌରପାଳିକାର ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ନଗର ସଭାପତି ପ୍ରେମଚାନ୍ଦ ନାୟକ, ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଜିଲ୍ଲା ପରିଷଦ ସଦସ୍ୟ ତ୍ରିଥାନନ୍ଦ ସୁବୁଦ୍ଧି ରାୟ, ନଗର ଉପସଭାପତି ରାଜେନ୍ଦ୍ର ରଣା, ବିଭୂତି ବେହେରା, ଯୁଧିଷ୍ଠିର ବିଶ୍ୱାଳ, ବିଭୂତି ସ୍ୱାଇଁ, ନିଶିତ କରନ୍, ବୀମା ବେହୁରା, ଚୌଦ୍ୱାର ମହିଳା ସଭାନେତ୍ରୀ ରଞ୍ଜୁଲତା ଦାସ, କାଉନସିଲର ଅଜୟ ବେହେରା, ଅର୍ଜୁନ ବେହେରା, ଆଶୁତୋଷ ଦାସ ଓ ରଞ୍ଜନ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।
ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ସେବା ଓ ସମାଜ କଲ୍ୟାଣ ସହ ଯୋଡ଼ି ପାଳନ କରିବାର ଏହି ପ୍ରୟାସ ମାଧ୍ୟମରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ତାଙ୍କ ପ୍ରତି ନିଜର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।
