ଜୁନାଗଡ଼,୨୩/୦୩/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ): ଶନିବାର ଅପରାହ୍ନରେ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେ କାଳବୈଶାଖୀ ବର୍ଷା ସହ ପବନ ହୋଇଥିଲା। ପବନ ଯୋଗୁ ଅନେକ ସ୍ଥାନରେ ବଡ ବଡ ଗଛ ଗୁଡିକ ଉପୁଡିଯାଇଥିଲା।
ଜୁନାଗଡ ସହରର ଲକ୍ଷ୍ମୀସାଗର ପଡାର କୌଶଲ୍ୟା ବେହେରା(୨୬) ନାମକ ଜଣେ ଗର୍ଭବତୀ ମହିଳା ଙ୍କ ଉପରେ ଗଛ ପଡିଯିବାରୁ ଚାପି ହୋଇ ତାଙ୍କର ମୃତ୍ୟୁ ଘଟିଛି। ବଡ ଅଘଟଣରୁ ତାଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହିପରି କାଳବୈଶାଖୀ ଯୋଗୁ ଦୀର୍ଘ ସମୟ ଧରି ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହିଥିଲା।