ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଳି ଗସ୍ତ

ମନ କି ବାତ କାର୍ଯ୍ୟକ୍ରମ ଯୋଗ ଦେବା ସହ ପ୍ରକଳ୍ପ ପରିଦର୍ଶନ କଲେ

ଆଳି, ୩୧/୦୫/୨୦୨୬ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଆଳି ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସାଦ ବୈଜନ୍ତ ପଣ୍ଡା ଆସିଥିଲେ । ପ୍ରଥମେ ସାଂସଦ ଶ୍ରୀ ପଣ୍ଡା ହେଲିକପ୍ଟର ଯୋଗେ ଆସି ଆଳି ଜାଭିୟର ସ୍କୁଲ ଖେଳ ପଡିଆରେ ପହଁଚିବା ପରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଜେପି ଜିଲ୍ଲା ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି ଓ  ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା  ଙ୍କ ସହ କର୍ମୀମାନେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ଶ୍ରୀ ପଣ୍ଡା ଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଶ୍ରୀ ପଣ୍ଡା ଆଳିର ଆରାଧ୍ୟ ଶ୍ରୀଲକ୍ଷ୍ମୀବରାହଜୀଉ ଙ୍କ ମନ୍ଦିରକୁ ଯାଇ ଠାକୁର ଙ୍କ ଦର୍ଶନ କରିବା ସହ ମନ୍ଦିରର ଉନ୍ନତିକରଣ ପ୍ରକଳ୍ପ ବୁଲି ଦେଖିଥିଲେ। ଏହାପରେ ନିଆଳ ମଣ୍ଡଳର ସଭାପତି କଳ୍ପତରୁ ଦାସ ଙ୍କ ନେତୃତ୍ୱରେ ନିଆଳ ବୁଥ ନମ୍ବର-୧୯୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୪ତମ ମନ କି ବାତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ଅବସରରେ ଆଳି ନିର୍ବାଚନ ମଣ୍ଡଳୀର ପ୍ରତିଭାବାନ ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଶିକ୍ଷା କ୍ଷେତ୍ରରେ ଆଳି ବ୍ଲକର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷା ରେ ଏ ୱାନ ରଖିଥିବା ସୁଧାଂଶୁ ଶେଖର ରାଉତ, ଚଳିତ ଓଏସ ପରୀକ୍ଷା ଫଳାଫଳରେ କୃତକାର୍ଯ୍ୟ ପାଇଥିବା ବିଶ୍ୱଜିତ ପଣ୍ଡା, ଅବସରପ୍ରାପ୍ତ ଅଧ୍ୟାପକ ପରମେଶ୍ୱର ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ମିଶ୍ର, ଆଦର୍ଶ ଚାଷୀ ପଦ୍ମନାଭ ପରିଡା, ଆଦର୍ଶ ସାମ୍ବାଦିକ ଅଲେଖନାଥ ଶର୍ମା, କଳା ଓ ସଂସ୍କୃତି ରେ ଦଶରଥ ରାଉତ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷକ ମୋର୍ଚ୍ଚା ସଦସ୍ୟ ଭକ୍ତ ବନ୍ଧୁ ମିଶ୍ର, ଆଳି ବିଧାନସଭା ସଂଯୋଜକ ଅନନ୍ତ ରଥଙ୍କ ସହ ବିଜେପିର ବରିଷ୍ଠ କର୍ମକର୍ତ୍ତା, ସମସ୍ତ ମଣ୍ଡଳ ସଭାପତିଙ୍କ ସହ ଶତାଧିକ କାର୍ଯ୍ୟକତା ଯୋଗଦେଇ ଥିଲେ। ପରିଶେଷରେ ଲକ୍ଷ୍ମୀପ୍ରିୟା ଜେନା ଧନ୍ୟବାଦ ଭାଷଣ ଦେଇଥିଲେ ।

Leave a Reply

Your email address will not be published. Required fields are marked *