” ଜାତିର ଉନ୍ନତି ରେ ସମାଜ ର ଉନ୍ନତି ହୁଏ ”
ଭୁବନ,୨୨/୦୩/୨୦୨୫ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ଭୁବନ “କାପୁଡିଆ ସମାଜ” ତରଫରୁ ବନ୍ଧୁ ମିଳନ (ମହା ମିଳନ) ପର୍ବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବୁଦ୍ଧେଶ୍ୱରଙ୍କ ମନ୍ଦିର ପରିସରରେ ଭୁବନ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତା ଓ ନିରଞ୍ଜନ ଗୁରୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ପର୍ବରେ କାପୁଡିଆ ସମାଜର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବକିଶୋର ଗୁରୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିବା ବେଳେ ରାଜ୍ୟ ଉପସଭାପତି ସନାତନ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଭାସ୍କର ନାୟକ, ରାଜ୍ୟ ସଂଗଠନ ସମ୍ପାଦକ ଦିଲୀପ୍ କୁମାର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।
“ଜାତିର ଉନ୍ନତି ରେ ସମାଜର ଉନ୍ନତି ହୁଏ ” ଏହି ବାର୍ତ୍ତା କୁ ନେଇ କାପୁଡିଆ ସମାଜ ଆଗେଇ ଆସିବା ସହିତ ଏକ ସୁସ୍ଥ ସମାଜ ଗଠନ ପାଇଁ ଢେଙ୍କାନାଳ ଜିଲ୍ଲାର ଭୁବନ କାପୁଡିଆ ଯୁବକ ସଂଘ ତରଫରୁ ରାଜ୍ୟର କୋଣ ଅନୁକୋଣରେ ଥିବା କାପୁଡିଆ ସମାଜର ଲୋକମାନଙ୍କୁ ଏକତ୍ରୀତ କରିବାରେ ସକ୍ଷମ ହୋଇପାରିଛି। ଏହି ଅବସରରେ କାପୁଡିଆ ସମାଜର ସମସ୍ତ ବୟୋଜ୍ୟେଷ୍ଠ ବ୍ୟକ୍ତି, ସମାଜରେ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରଯାଇଥିଲା। କାପୁଡିଆ ସମାଜ ଧର୍ମଶାଳା ନିର୍ମାଣ ପାଇଁ ନୂତନ ଜାଗା ଚିହ୍ନଟ ସହିତ ଧର୍ମଶାଳା ପାଇଁ ଜମି ଦାନ କରିଥିବା ଭାଗବତ ପୋଥାଳ,ରାଜକିଶୋର ପୋଥାଳ, ଧନେଶ୍ଵର ପୋଥାଳଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ଏହି ମହା ମିଳନ ପର୍ବରେ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ପୋଥାଳ, ରାଜ୍ୟ ଉପସଭାପତି ଖଗେଶ୍ବର ନାୟକ, ଭୁବନ ସମ୍ପାଦକ ବିଦ୍ୟାଧର ବିହାରୀ , ଜିଲ୍ଲା କାର୍ୟ୍ୟକାରିଣୀ ଶ୍ରୀମତୀ ବିଳାସିନୀ ପୃଷ୍ଟି , ଲଳିତା ନାୟକ, ଜୟନ୍ତୀ ପୃଷ୍ଟି ଯୋଗଦେଇଥିଲେ। ସେହିପରି ଭୁବନ କାପୁଡିଆ ଯୁବକ ସଂଘର କର୍ମକର୍ତ୍ତା ଲକ୍ଷ୍ମଣ ଦାସ, ପ୍ରମୋଦ ଗୁରୁ, ଦେବେନ୍ଦ୍ର ପୃଷ୍ଟି, ନାରାୟଣ ନାୟକ, ଦେବାନନ୍ଦ ସାହୁ, ଅମ୍ବୁଜ ସାହୁ, ସୁଶାନ୍ତ ପୃଷ୍ଟି, ସନ୍ତୋଷ ବିହାରୀ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ । ଦିଲ୍ଲୀପ ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ବିପିନ ବିହାରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ୟ୍ୟକ୍ରମରେ ତିନିଶହ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦେଇଥିଲେ ।
