ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ସାମିଲ ହେଲେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ 

ବାଲିଗୁଡା, ୧୮/୧୧/୨୪ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା  ବାଲିଗୁଡ଼ା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ପାର୍ଶ୍ଵ ଦେବାଦେବୀ ଙ୍କ ନୂତନ ମନ୍ଦିର ନିର୍ମାଣ ଓ ବିଗ୍ରହ ପ୍ରତିଷ୍ଠା ମହୋତ୍ସବର ତୃତୀୟ ଦିନ ରେ ଭଞ୍ଜନଗର ବିଧାୟକ ପ୍ରଦୂମ୍ନ ନାୟକ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ରେ ତାଙ୍କୁ ସ୍ଵାଗତ କରିବା ପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନଦିଆ ସଙ୍କୀର୍ତନ ରେ ହରେ କୃଷ୍ଣ ହରେ ରାମ ନାମ ଧରି ମନ୍ଦିର ନିକଟ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ତାଙ୍କ ସହ ଭଞ୍ଜନଗର ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ ,ନୀଳ ମାଧବ ପାତ୍ର ,ଧୋବା ଗୌଡ ,ମାନସ ଜେନା ,ଧୀରେନ ମହାନ୍ତି ପ୍ରମୁଖ ଆସି ଯଜ୍ଞ ରେ ସାମିଲ ହୋଇଥିଲେ । ମନ୍ଦିର ଟ୍ରଷ୍ଟ ବୋର୍ଡର ଟି.ଶ୍ରୀନିବାସ ରାଓ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ଶ୍ରୀଜଗନ୍ନାଥ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପରେ ନାମ ଯଜ୍ଞ ଓ ଘୃତ ଯଜ୍ଞ ରେ ସାମିଲ ହୋଇ ଆଶ୍ରିବାଦ କାମନା କରିଥିଲେ । ସ୍ଵାଗତ କରିବା ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ସୁରେନ୍ଦ୍ର ପାତ୍ର ,ରଞ୍ଜିତ ଚୌଧୁରୀ ସୂର୍ଯ୍ୟ ନାୟକ ,ପୁରୁଷୋତ୍ତମ ଡାକୁଆ ,ଅମିୟ ବେହେରା, ଗଙ୍ଗାଧର ସାହୁ ,ସ୍ବରୂପା ନନ୍ଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ପ୍ରଦେଶ ଅଧକ୍ଷ ବିଶ୍ଵଜିତ ପାତ୍ର ,ଧର୍ମ ଜାଗରଣ ସମୁଖ୍ୟ ର ଅନ୍ତର୍ଯ୍ୟାମି ବେହେରା  ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *