କେନ୍ଦ୍ରାପଡ଼ା, ୦୯/୦୮/୨୦୨୬ (ଓଡ଼ିଶା ସମାଚାର)- ପଲ୍ଲୀ ରଘୁରାଥପୁର ଗ୍ରାମର ସମାଜସେବୀ ତଥା ଭାରତୀୟ ଜୀବନ ବୀମାର ଅଭିକର୍ତା ଦିବଂଗତ ବିଜୟ କେତନ ଜେନାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତି ସଭା ତାଙ୍କ ପଲ୍ଲୀରଘୁନାଥପୁର ଗ୍ରାମ ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ବିଜୟ କେତନ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ସଭାରେ ସତୀର୍ଥ ସଭାପତି ଅମର ପ୍ରସାଦ ରାଉତ ଅଧ୍ୟକ୍ଷତା କରିଥିଲେ ।
ରାଜଶ୍ରୀ ସମ୍ପାଦକ ହେମନ୍ତ ଜେନାଙ୍କ ସଂଯୋଜନାରେ ସାହିତ୍ୟିକ ସୁବାସ ଚନ୍ଦ୍ର ସାହାଣୀ, ରାଜଶ୍ରୀ ସଭାପତି କାଶୀନାଥ ରାଉତରାୟ, ପ୍ରଫେସର ଅଜୟ କୁମାର ରାଉତ, ଶିକ୍ଷକ ଶୁଭ୍ରାଂଶୁ କୁମାର ଦାସ, ନାରାୟଣ ପ୍ରସାଦ ମହାନ୍ତି, ଶୈଳଜାଶଙ୍କର ସାମଲ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସାତ ଦଶନ୍ଧିର ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ଚନ୍ଦ୍ର ପୃଷ୍ଟି, ପ୍ରଭାତ କୁମାର ନାୟକ, ଭାରତୀୟ ଜୀବନ ବୀମାର ଅଭିକର୍ତା ବିଚିତ୍ରାନନ୍ଦ ବେହେରା, ନାରାୟଣ ଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ବଳ, ବିନୟ କୁମାର ବୋଷ, ସରୋଜକାନ୍ତ ସାହୁ, ରଶ୍ମିରଞ୍ଜନ ପଣ୍ଡା, ହିମାଂଶୁ ଶେଖର ବେହୁରା, ଦିଲ୍ଲୀପ କୁମାର ସାମଲ, ରବୀନ୍ଦ୍ର କୁମାର ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ସଂଗୀତ ନିର୍ଦେଶକ ଶାନ୍ତନୁ କୁମାର ଦାସ ଏବଂ ସଂଗୀତ ଶିକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ବସନ୍ତ କୁମାର ଶାନ୍ତି ଆଦି ସ୍ୱରଚିତ ସଂଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ନିବେଦନ କରିଥିଲେ । ଏତଦବ୍ୟତୀତ ସଭାର ଅବ୍ୟବହିତରୁ ସ୍ୱର୍ଗତ ଜେନାଙ୍କ ତୈଳ ଚିତ୍ରରେ ସାମୂହିକ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପରେ ଅମର ଆତ୍ମାଙ୍କ ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପଣ୍ଡିତ କ୍ଷୀରୋଦ ଚନ୍ଦ୍ର ତ୍ରିପାଠୀ ବେଦପାଠ ଓ କଣ୍ଠଶିଳ୍ପୀ କୈଳାସ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଜନ୍ମେଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ଅଲେଖ କୁମାର ଜେନା, ଚିନ୍ମୟ ଚିତରଞ୍ଜନ ଜେନା, ମନୋରଞ୍ଜନ, ଜ୍ଞାନରଞ୍ଜନ , ସୌମ୍ୟରଞ୍ଜନ, ସତ୍ୟରଞ୍ଜନ, ଅଭୟରଞ୍ଜନ ଓ ଦୀପକ ରଞ୍ଜନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
