ଯାଜପୁର ଜିଲ୍ଲାରେ ଆବାସ ପ୍ଲସ – ୨.୦ ସର୍ଭେ – ୨୦୨୫

ଯାଜପୁର,୨୨/୦୩/୨୦୨୫(ଓଡ଼ିଶା ସମାଚାର)- ଯାଜପୁର ଜିଲ୍ଲାରେ ଆବାସ ପ୍ଲସ ୨.୦ ସର୍ଭେ ରେ ୯୯୯୨୭ ଜଣ ହିତାଧିକାରୀଙ୍କ ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ  ହୋଇଅଛି। ଏହି ସର୍ଭେ କାର୍ଯ୍ୟ ବ୍ଲକୱାରୀ ବି.ଡି.ଓ ଙ୍କ ତତ୍ତ୍ଵାବଧାନରେ କରାଯାଉଛି। ତଥାପି କିଛି ଲୋକ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ସମୟରେ ସେମାନଙ୍କର ସର୍ଭେ ହୋଇନଥିବା ଅଭିଯୋଗ କରିଛନ୍ତି। ସର୍ଭେୟର ମାନେ ସେମାନଙ୍କ ଘରକୁ ଯାଉନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ କୌଣସି ହିତାଧିକାରୀ ଏଥିରୁ ବାଦ୍ ପଡିବେ ନାହିଁ।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ ହିତାଧିକାରୀଙ୍କ ସର୍ଭେ  ସମ୍ପୂର୍ଣ୍ଣ ହୋଇଛି ସେମାନଙ୍କ ତାଲିକା ଆୱାସ ସଫ୍ଟ ପୋର୍ଟାଲ ରୁ ଡାଉନଲୋଡ କରି ସଂପୃକ୍ତ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ୧୯.୦୩.୨୦୨୫ ରିଖ ସୁଦ୍ଧା ଜନସାଧାରଣଙ୍କ ସଚେତନତା ପାଇଁ ପ୍ରକାଶ କରାଯାଇଅଛି। ଯାହା ଦ୍ଵାରା ବାଦ୍ ପଡ଼ିଥିବା ହିତାଧିକାରୀ ସଚେତନ ହେବେ, ଏବଂ ସୁଯୋଗ ପାଇବେ ଏବଂ ସର୍ଭେ ରେ ଅନ୍ତର୍ଭୁକ୍ତ ହେବେ। ଏହା ପରେ ଚୁଡାନ୍ତ ହିତାଧିକାରୀ ତାଲିକା ଆଉଥରେ ଡାଉନଲୋଡ କରାଯାଇ ବ୍ଲକ୍ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ତା ୨୫.୦୩.୨୦୨୫ ରିଖ ସୁଦ୍ଧା ପ୍ରକାଶ କରାଯିବ।

ଯାଜପୁର ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ସମସ୍ତ ବି.ଡି.ଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସେମାନେ ସର୍ଭେୟର ମାନଙ୍କୁ ଅତି ସାବଧାନତାର ସହିତ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସର୍ଭେ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଆଦେଶ ଦିଅନ୍ତୁ ଯେପରି ଯାଜପୁର ଜିଲ୍ଲାର  କୌଣସି ହିତାଧିକାରୀ ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ସର୍ଭେରୁ ବାଦ୍ ନ ପଡିବେ । କ୍ଷେତ୍ର କର୍ମଚାରୀଙ୍କ ବ୍ୟତୀତ ଚଳିତ ସର୍ଭେରେ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ ନିଜେ କରିପାରିବେ। ଏହା ଦ୍ବାରା ସର୍ଭେରୁ ବାଦ୍ ପଡିବା ଆଶଙ୍କା ଦୂର ହୋଇପାରିବ। ସର୍ଭେ ସମୟରେ ପରିବାର ସଦସ୍ୟଙ୍କ ଆଧାର, ଜବ୍ କାର୍ଡ ଏବଂ ବ୍ୟାଙ୍କ୍ ଜମା ଖାତା ପ୍ରସ୍ତୁତ ରଖିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *