ଭୁବନେଶ୍ୱର,୧୬/୦୩/୨୦୨୬(ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ ମହିଳା କଲ୍ୟାଣ ସମିତି, କଳିଙ୍ଗ ବିହାର ତରଫରୁ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ମହିଳା ଦିବସ ପାଳନ ଅନୁଷ୍ଠାନର ଅଧ୍ୟକ୍ଷା ପଦ୍ମିନୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ପାଇକ ଆଖଡ଼ା ମହାସଂଘର ରାଜ୍ୟସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ, ବିଶିଷ୍ଟ ସମାଜସେବୀ ନିରୋଜାଲକ୍ଷ୍ମୀ ମହାପାତ୍ର, ଓ.ପି.ଟି.ଏଲ୍.ର ଆଇନ୍ ବିଭାଗର ଡେପୁଟି ଜେନେରାଲ୍ ନିହାରିକା ପଟ୍ଟନାୟକ, ମାନବାଧିକାର କର୍ମୀ ସ୍ୱର୍ଣ୍ଣମୟୀ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

ମହିଳା ହେଉଛନ୍ତି ସମାଜର ମୂଳଶକ୍ତି । ଘରଠାରୁ ଆରମ୍ଭ କରି ଶିକ୍ଷା, ସାହିତ୍ୟ, ବିଜ୍ଞାନ, ରାଜନୀତି ଓ କ୍ରୀଡ଼ା ପ୍ରଭୃତି କ୍ଷେତ୍ରରେ ମହିଳାମାନେ ନିଜ ପ୍ରତିଭା ଓ ସାହସର ପ୍ରମାଣ ଦେଇଛନ୍ତି । ତାଙ୍କ ଅଦମ୍ୟ ଇଚ୍ଛାଶକ୍ତି ଓ ସମର୍ପଣ ଆମ ସମାଜକୁ ଆଗକୁ ବଢାଇନେଇଛି । ସମାଜରେ ମହିଳାମାନଙ୍କର କୃତିତ୍ୱ, ଅଧିକାର ସୁରକ୍ଷା, ସମ୍ମାନ ତଥା ମହିଳା ସମ୍ପର୍କିତ ଆଇନ୍ ଗୁଡ଼ିକରେ ଅତିଥିମାନେ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମଟିକୁ ମନୋଜ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟା ପଦ୍ମପ୍ରିୟା ବେହେରା, ଦୀପାଞ୍ଜଳି ଦାସ, ସୁପ୍ରଭା ରାଉତ, ସୁଚିତ୍ରା ରାଉତରାୟ, ଜ୍ୟୋର୍ତିମୟୀ ରାଉତ, ଭାରତୀ ମହାନ୍ତି ପ୍ରମୁଖ ଯୋଗଦେଇ ସୁଚାରୁ ରୂପେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।
