ରାଉରକେଲା,୨୨/୦୩/୨୦୨୫ (ଓଡ଼ିଶା ସମାଚାର)-ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ଅଧ୍ୟକ୍ଷତା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ”ଓଡ଼ିଶାର ବିକାଶରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ସାମର୍ଥ୍ୟ ଓ ସମ୍ଭାବନା” ସମ୍ପର୍କରେ ମୁଖ୍ୟ ଆଲୋଚିକା ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ।
ସେ ତାଙ୍କ ବକ୍ତବ୍ୟରେ ସର୍ବପୂରାତନ ଭାଷା ଭାବେ ଓଡ଼ିଆ ଓ ଏହାର ଐତିହ୍ୟ ତଥା ଭିତ୍ତିଭୂମି ସମ୍ପର୍କରେ ଆଲୋଚନା କରିବା ସହ ୨୦୧୪ ରେ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଓଡ଼ିଶା କିପରି ସଂଗଠିତ ହୋଇପାରିଛି ତଥା ଭାଷା ନିଜର ସାମର୍ଥ୍ୟ ଓ ସମ୍ଭାବନା ମାଧ୍ୟମରେ ଓଡ଼ିଶାକୁ କିପରି ବିକଶିତ କରିପାରିଛି, ସେ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ପ୍ରଧ୍ୟାପିକା ଡ଼ଃ ସୁଷମା ମୋଦୀ ଆଲୋଚ୍ୟ ବିଷୟ ପ୍ରସଙ୍ଗରେ ଭିତ୍ତିପ୍ରବନ୍ଧ ପାଠ କରିଥିଲେ। ଅଧ୍ୟାପକ ଶ୍ରୀ ପାଟ୍ଟଶାଣୀ ପ୍ରାକ କଥନ ଓ ଆଲୋଚନା ର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ଗାଳ୍ପିକା ପୁଷ୍ପାରାଣୀ ପଟେଲ ଗଳ୍ପ ପାଠ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ବିଶ୍ବ କବିତା ଦିବସ ପାଳନ ପରିପ୍ରେକ୍ଷୀରେ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ଙ୍କ ସଭାପତିତ୍ବ ଓ ୟୁଜିଏମ ର ଓଡ଼ିଆ ଅଧ୍ୟାପିକା ଅଳକା ମହାନ୍ତି ଓ ଡିଏଭି ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସିମରନ ମହାପାତ୍ର ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ପ୍ରତାପ କୁମାର ପଣ୍ଡା, କୁଞ୍ଜବିହାରୀ ରାଉତ, ବ୍ରଜେନ୍ଦ୍ର ଦାଶ, ସସ୍ମିତା ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ,ମୋହନ ସିଂ,ବିଜୟ ରାୟ, ତ୍ରିନାଥ ସିଂହ, ରଶ୍ମି ସାହୁ, ତ୍ରିଲୋଚନ ସ୍ବାଇଁ, ସଞ୍ଜୀବ ଭୋଇ, କରୁଣାକର ପାଟ୍ଟଶାଣୀ ଓ ସଂଯୋଜିକା ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପାଠାଗାରର ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ରାଧାକାନ୍ତ ମିଶ୍ର, ଗୀତାଞ୍ଜଳି ପାତ୍ର, ଅଜିତ ଗୈାଡ, ପ୍ରୀତମ ମହାନ୍ତି, ଅର୍ଜୁନ ସିଂ, କୈଳାଶ ଚନ୍ଦ୍ର ମାହାଳି,ଏଟମ ରଥ, ଗଙ୍ଗାଧର ଦାଶ, କାଶୀନାଥ ନନ୍ଦୀ, ପ୍ରଳୟ ଶତପଥୀ, ଆର୍ତ୍ତତ୍ରାଣ ମହାପାତ୍ର, ଅଭିରାମ ଶାଗରିଆ, ନମିତା ଦାସ, ଗୀତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
