କଟକ ସଦର,୧୯/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ରାଜ୍ୟ ଯୋଜନା ଆନୁକୂଲ୍ୟରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଆଜି (ବୁଧବାର ଦିନ) କଟକ ସଦର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା କିଶନନଗର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିବା ସହିତ ରାଜ୍ୟ ସରକାର କୃଷି ଓ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ବ ଦେଉଥିବାରୁ ଏଥିପ୍ରତି ସମସ୍ତ ଚାଷୀ ଆଗଭର ହୋଇ ଆଗେଇ ଆସିବାକୁ କହିଥିଲେ।
ସଦର ବ୍ଲକ ଉଦ୍ୟାନ କୃଷି ସହକାରୀ ଅଧିକାରୀ ଦେଵୀ ପ୍ରସାଦ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ସଦର ବ୍ଲକ ‘ଆତ୍ମା’ ସଭାପତି ରମା ପ୍ରସାଦ ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା,ସମଵାୟଵିତ ବିରଞ୍ଚିନାରାୟଣ ପଣ୍ଡା, କିଶନନଗର ସରପଂଚ ସୁଜାତା ସେଠୀ, ସଦର ବ୍ଲକ ସହକାରୀ କୃଷି ଅଧିକାରିଣୀ ମୋନାଲିସା ଜେନା ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସଫଳ ମହୁ ଚାଷୀ ଦିଲ୍ଲିପ ସାହୁ, ପିଜୁଳି ଚାଷୀ ନାରାୟଣ ମଲ୍ଲିକ,ନର୍ସରୀ ଚାଷୀ ପ୍ରଦୀପ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଶେଷରେ ଉଦ୍ୟାନ କୃଷି ଅଧିଦର୍ଶକ ଚିତ୍ତରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।