ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା କର୍ମଶାଳା

ମାହାଙ୍ଗା,୧୯/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା କୁହୁଣ୍ଡା ଗ୍ରାମ ପଞ୍ଚାୟତ ପରିସରରେ ବ୍ଲକ ସ୍ତରୀୟ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଉଦ୍ୟାନ କୃଷି ଏବଂ କୃଷି ବିଭାଗର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ସ୍ଥାନୀୟ ସରପଞ୍ଚ ନଳିନୀପ୍ରଭା ପ୍ରଧାନ ଉଦଘାଟନ କରିଥିଲେ । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତି ଯୋଗଦେଇଥିଲେ ।

ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଏବଂ କୃଷକ ମାନଙ୍କ ଉନ୍ନତି ପାଇଁ ବହୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିବାରୁ, ଚାଷୀମାନେ ଏହାର ସୁଯୋଗ ନେବାକୁ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ । ଏହି କର୍ମଶାଳାରେ ମୁଖ୍ୟବକ୍ତା ଭାବେ ମୃତ୍ତିକା ସଂରକ୍ଷଣ ବିଭାଗର ରେଞ୍ଜ ଅଫିସର ଲିପି ଦାସ ଯୋଗଦେଇ କୃଷକ ମାନେ ସଶକ୍ତ ଓ ଆତ୍ମନିର୍ଭରଶୀଳ କ୍ଷେତ୍ରରେ ସରକାରଙ୍କ ବହୁମୁଖୀ ଯୋଜନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ବ୍ଲକ ଉଦ୍ୟାନକୃଷି ଅଧିକାରିଣୀ ସଂଘମିତ୍ରା ବେହେରା କାର୍ୟ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ, ବିଶିଷ୍ଟ ଅତିଥିଭାବେ ବ୍ଲକ କୃଷି ଅଧିକାରିଣୀ ମୁକ୍ତିଲିନା ମୋନିକା ଯୋଗଦେଇଥିଲେ । ଉକ୍ତ କର୍ମଶାଳାରେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ,କୁହୁଣ୍ଡା ବିକାଶ ପରିଷଦ ସଭାପତି ନିରଞ୍ଜନ ମୁଦୁଲି,ଏଡିଇଓ ବିଦୁଲତା ସିଂ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।

କୃଷି ବିଭାଗ ପକ୍ଷରୁ କ୍ଷେତ୍ର ପରିଚାଳକ ଦେବାଶିଷ ସ୍ୱାଇଁ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଦୀପକ କୁମାର ସ୍ୱାଇଁ,ସୌଦାମିନୀ ସାହୁ କୃଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ କୃଷି କର୍ମଚାରୀ ରବୀନ୍ଦ୍ର ସ୍ୱାଇଁ, ନାଏବ ସରପଞ୍ଚ ହେମନ୍ତ କୁମାର ମହାନ୍ତି, ୱାର୍ଡସଭ୍ୟ ଶ୍ୟାମ ସୁନ୍ଦର ମୁଦୁଲି,ସମବାୟବିତ ରମାକାନ୍ତ ପଣ୍ଡା,କୃଷି କର୍ମଚାରୀ ପ୍ରମୋଦ କୁମାର ମହାନ୍ତି,ଚାଷୀ ପ୍ରତିନିଧି ନିମାଇଁ ଚରଣ ବେହେରା,ଅରୁଣ ରାଉତ,ଜିତେନ୍ଦ୍ର ମହାନ୍ତି,ଧ୍ରୁବ ଚରଣ ସ୍ୱାଇଁ, ପ୍ରଭାତ ଘଡେଇ, ଅଜୟ କୁମାର ସ୍ୱାଇଁ,ଜଗନ୍ନାଥ ପଣ୍ଡା, ଶରତ ବେହେରା, ମନୋଜ ଦାସ,ସୂର୍ୟ୍ୟମଣି ଧଳ, ବିଦ୍ୟାଧର ବେହେରା, ଚନ୍ଦ୍ରମଣି ଧଳ, ସନାତନ ବିହାରୀ,ଲକ୍ଷ୍ମୀଧର ବେହେରା,ଜଗବଂଧୁ ମହାନ୍ତି,ପ୍ରମୁଖ ବହୁ ଅଗ୍ରଣୀ ଚାଷୀ ଏହି କର୍ମଶାଳାରେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *