ଜୁନାଗଡ଼,୦୭/୦୩/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)-କେନ୍ଦ୍ରୀୟ ପଣ୍ୟଗାର ନିଗମର ଔଦ୍ୟୋଗିକ ସମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ କୃଷି ସମ୍ବର୍ଦ୍ଧନା ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରସ୍ଥିତ କୃଷି କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ପଣ୍ୟଗାର ବା ସିଡବ୍ଲୁସି ପକ୍ଷରୁ ଚାଷୀ ମାନଙ୍କୁ ନେଇ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।
ସିଡବ୍ଲୁସି ମ୍ୟାନେଜର ଟୁନା ସାହୁଙ୍କ ନେତୃତ୍ୱରେ ଭବାନୀପାଟଣା ଓୟୁଏଟିର ଆସୋସିଏଟେଡ଼ ପ୍ରଫେସର ଡ଼. ଏନ ରାଣାସିଂହ, ପ୍ରଫେସର ରାଜୀବ ଲୋଚନ ମହାରଣା ,ଜୁନାଗଡ଼ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ କମଳଲୋଚନ ନାଏକ ପ୍ରମୁଖ ଯୋଗ ଦେଇ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଦୁଇ ଦିନିଆ ତାଲିମ ଶିବିରରେ ୪୫ ଜଣ ଚାଷୀଙ୍କୁ ତାଲିମ ଦିଆଯାଇଥିଲା ।
ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଶସ୍ୟକୁ ଖୋଲା ଆକାଶତଳେ କିମ୍ବା ନିଜ ଘରେ ଅସୁରକ୍ଷିତ ଭାବେ ରଖୁଛନ୍ତି ଯଦ୍ୱାରା ଅନେକ ଫସଲ ନଷ୍ଟ ହେବା ସହିତ ଅସୁରକ୍ଷିତ ମଧ୍ୟ ରହୁଛି । ଯେଭଳି ଭାବରେ ସିଭିଲସପ୍ଲାଏ ଠାରୁ ଆରମ୍ଭ କରି କଟନ କର୍ପୋରେସନ ସିଡବ୍ଲୁସିରେ ନିଜର ସାମଗ୍ରୀ ରଖୁଛନ୍ତି ,ସେଭଳି ଭାବରେ ଚାଷୀମାନେ ମଧ୍ୟ ନିଜ କଷ୍ଟ ଉପାର୍ଜିତ ଶସ୍ୟକୁ ସିଡବ୍ଲୁସିରେ ସୁରକ୍ଷିତ ଭାବେ ରଖିବେ ,ଯଦ୍ୱାରା ଶସ୍ୟ ଟି ସତେଜ ଓ ସୁରକ୍ଷିତ ରହିବ ସନେଇ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।
ଶେଷ ଦିନେରେ ଚାଷୀ ମାନଙ୍କୁ ବିଭିନ୍ନ କୃଷି ସରଞ୍ଜାମ ଦେବା ସହିତ ମେଟାଲ ଷ୍ଟୋରେଜବିନ ପ୍ରଦାନ କରାଯାଇଥିଲା । ପ୍ରଥମ ଦିନରେ ଚାଷୀଙ୍କୁ ତାଲିମ ଦିଆଯାଇଥିବା ବେଳେ ଦ୍ୱିତୀୟ ଦିନରେ ଗୋଡାଉନ ରେ କିଭଳି ନିଜର ସାମଗ୍ରୀ ସୁରକ୍ଷିତ ରଖିବେ ସେ ନେଇ ବିଭିନ୍ନ ଗୋଡାଉନ ବୁଲାଇ ଦେଖା ଯାଇଥିଲା । ଏଫସିଆଇ ମ୍ୟାନେଜର କ୍ୟୁସି ଦୀପକ ଭାଙ୍କଡୋ, ଟେକନିକାଲ ଷ୍ଟାଫ ରାଜେଶ ଚନ୍ଦ୍ର ଖଟୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।