ଗୋପିନାଥପୁରରେ ଶ୍ରୀରାମ ଚରିତ ମାନସ ଓ ନବାହ୍ନ ପାରାୟଣ

 ନିରାକାରପୁର, ୨୪/୦୩/୨୦୨୪ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଲେଣ୍ଡୁ ପଞ୍ଚାୟତ ଗୋପିନାଥପୁର ଗ୍ରାମରେ ଶ୍ରୀରାମ କୃପା ପରିଷଦ ଆନୁକୁଲ୍ୟରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ଓ ଜ୍ଞାନ ଯଜ୍ଞ ୨୨ ତାରିଖରୁ ଆରମ୍ଭ ହୋଇ ଥିବାବେଳେ ୨୫ ତାରିଖରେ ସମାପ୍ତ ହେବା ସହିତ ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ । ପ୍ରଥମ ଦିବସରେ କଳସଯାତ୍ରା ଅନୁଷ୍ଠିତ ହେବା ସହ ପାରମ୍ପରିକ ରୀତିରେ ମଙ୍ଗଳଆଳତୀ, ସୂର୍ଯ୍ୟପୂଜା ଆଦି ଅନୁଷ୍ଠିତ ହେବ । ଦୈନିକ ସନ୍ଧ୍ୟାରେ ଜିଲ୍ଲାର କୋଣ ଅନୁକୋଣରୁ ଖ୍ୟାତନାମା ପ୍ରବଚକମାନେ ଯୋଗଦେଇ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭାବାତ୍ମକ ନବୀନ ଗତି ପ୍ରଚାର କରିବା ସହ ମାନସ ମାହାତ୍ମ୍ୟ ସମ୍ବନ୍ଧରେ ପ୍ରବଚନମାନ ଦେବେ । ତେଣୁ ସ୍ଥାନୀୟ ଅଞ୍ଚଳ ସମେତ ପଡୋଶୀ ଅଞ୍ଚଳର ସମସ୍ତ ଶ୍ରୀରାମ ଭକ୍ତଙ୍କ ସହ ଶ୍ରୀରାମ ପ୍ରେମୀ ଯୋଗ ଦେଇ ପ୍ରଭୁକୃପା ଲାଭ ନିମନ୍ତେ ଶ୍ରୀରାମ କୃପା ପରିଷଦର କର୍ମକର୍ତ୍ତା ଓ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *