କିଶନନଗର ଥାନା ପୋଲିସକୁ ଚୋରଙ୍କ ଖୋଲା ଚ୍ୟାଲେଞ୍ଜ, ଗୋଟିଏ ମାସରେ ୪ ଚୋରି

କଟକ ସଦର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ପୋଲିସକୁ ଚକମା ଦେଖାଇ ଗୋଟିକ ପରେ ଗୋଟିଏ ବଡ଼ ଧରଣର ଡ଼କାୟତି ଆଦି ଘଟିଚାଲିଥିଵା ବେଳେ ପୋଲିସର ମୁଣ୍ଡବ୍ୟଥା ବଢ଼ି ଯାଇଥିବା ଏଵଂ ଜନସାଧାରଣ ଏଥିପାଇଁ ନିଜକୁ ସୁରକ୍ଷିତ ମଣୁନଥିଵା ଅଭିଯୋଗ ହେଉଛି। ପ୍ରକାଶ ଯେ ଚଳିତ ଡିସେମ୍ବର ମାସ ୧୦ ତାରିଖ ରାତିରେ ପ୍ରହରାଜପୁର ଵାଲିସୁକ୍ରି ତରଡପଡା,୧୪ ତାରିଖରେ ଦକ୍ଷିଣ ସାଇଲୋ,୨୧ ତାରିଖରେ ଉତ୍ତରକୁଳ ପିଁପୁର ଠାରେ ତିନୋଟି ବଡ଼ ଧରଣର ଡ଼କାୟତି ଘଟିଥିବା ଵେଳେ ୨୮ ତାରିଖ ରାତିରେ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର ତତଲାପଦା ଵଜାରର ଅଜୁଵ ଖାଁଙ୍କର ଫାଷ୍ଟ ଫୁଡ୍ ଦୋକାନର ଆଜବେଷ୍ଟସ ଛାତ ଭାଙ୍ଗି ଚୋରମାନେ କଳାକନା ଵୁଲାଇଥିଵା ଅଭିଯୋଗ ହୋଇଛି।ଭୈ।ଗୋଳିକ ଦୃଷ୍ଟି କୋଣରୁ କିଶନନଗର ଥାନାର ଅବସ୍ଥିତି ଓ ଗୁରୁତ୍ୱକୁ ଵିଚାରକୁ ନେଇ ଅଧିକ କର୍ମଚାରୀ ଓ ଗାଡ଼ି ଯୋଗାଇଦେବାକୁ ପୋଲିସ ପ୍ରଶାସନ ନିକଟରେ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *