ଲକ୍ଷପତି ଦିଦି ସୃଷ୍ଟି ରେ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଦ୍ବିତୀୟ – ପୁରସ୍କୃତ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

ଜଗତସିଂହପୁର, ୨୯/୦୫/୨୦୨୫ (ଓଡ଼ିଶା ସମାଚାର)- ସଶକ୍ତ ମହିଳା, ବିକଶିତ ଓଡ଼ିଶା ଆଧାର ରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାର ତଥା ଓଡ଼ିଶା ସରକାର ଙ୍କ ଦ୍ଵାରା ଆଗତ ଲକ୍ଷପତି ଦିଦି ଯୋଜନା ରେ ସାରା ରାଜ୍ୟ ରେ ଜଗତସିଂହପୁର ଜିଲ୍ଲା ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଆଜି ପୂର୍ବାହ୍ନ ରେ ମିଶନ ଶକ୍ତି ବିଭାଗ ଦ୍ୱାରା ଲୋକସେବା ଭବନ ରେ ଆୟୋଜିତ ଲକ୍ଷପତି ଦିଦି ସମ୍ମିଳନୀ ୨୦୨୫ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଉପସ୍ଥିତି ରେ ଜଗତସିଂହପୁର ଜିଲ୍ଲା କୁ ସମ୍ମାନିତ କରିଛନ୍ତି।

ପ୍ରକାଶ ଥାଉ କି, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ନିୟମିତ ତଦାରଖ ରେ ରେ ଜିଲ୍ଲା  ୮୦୨୧୪ ଜଣ ଲକ୍ଷପତି ଦିଦି ସୃଷ୍ଟି କରି  ୯୭% ଲକ୍ଷ୍ୟ ହାସଲ ସହ ସମଗ୍ର ରାଜ୍ୟରେ ଦ୍ବିତୀୟ ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ରୁ ଏହି ପୁରସ୍କାର ପ୍ରାପ୍ତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ମୁଖ୍ୟ ମନ୍ତ୍ରୀ ଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ।

ଏଥି ସହିତ ଡି ପି ଏମ ଓ ଏଲ ଏମ ଶ୍ରୀ ସୌମ୍ୟ ରଞ୍ଜନ ବିଶ୍ବାଳ,ଡି ପି ସି ମିଶନ ଶକ୍ତି ଶ୍ରୀମତୀ ମୋନାଲିସା ଭଞ୍ଜ ମଧ୍ୟ ଏହି ଗୌରବମୟ ସମୟରେ ଉପସ୍ଥିତ ଥିଲେ। ଏହି ସଫଳତା ଯୋଗୁଁ ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଅଛି । ଆଗାମୀ ଦିନରେ ଅଧିକରୁ ଅଧିକ  ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଅଛି ।

Leave a Reply

Your email address will not be published. Required fields are marked *