କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ପ୍ରଥମ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନ
ଭୁବନେଶ୍ୱର,୦୩/୦୮/୨୦୨୫(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୂଲ୍ୟରେ ଜନାଦ୍ରୁତ, ନାଟ୍ୟକାର, ସ୍ତମ୍ଭକାର, ପ୍ରାକ୍ତନ ମନ୍ତ୍ରୀ, ପୂର୍ବତନ ଆନ୍ଧ୍ର ଓ ଛତିଶଗଡ଼ ରାଜ୍ୟର ରାଜ୍ୟପାଳ ତଥା ବହୁମୁଖି ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ବରେନ୍ୟ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ୯୨ ତମ ଜନ୍ମ ଦିବସ ସହିତ ପ୍ରଥମ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନ ୨୦୨୫ ସ୍ଥାନୀୟ ଖାରବେଳ ନଗର ଠାରେ ବରିଷ୍ଠ ସାମ୍ବାଦିକ, ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାନ୍ୟବର ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ୟୟ ପରିଚାଳନା ବିଭାଗର ମାନ୍ୟବର ମନ୍ତ୍ରୀ ସୁରେଶ ପୂଜାରୀ,କେନ୍ଦ୍ରାପଡ଼ାର ମାନ୍ୟବର ବିଧାୟକ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାନ୍ଧୀବାଦୀ ବ୍ୟକ୍ତିତ୍ୱ, ସ୍ତମ୍ଭକାର ପ୍ରହଲ୍ଲାଦ ସିଂ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଭାଷାବିତ ଦେବୀପ୍ରସାଦ ପୃଷ୍ଟି, ନାରୀନେତ୍ରୀ ସୀମନ୍ତିନୀ ଜେନା,ପୂଜ୍ୟପୂଜା ପ୍ରାଣ ସମରେନ୍ଦ୍ର ସାହୁ, ପୂର୍ବତନ କର୍ପୋରେଟର ରଶ୍ମି ମହାପାତ୍ର ଉପସ୍ଥିତ ରହିବା ସହିତ ବରେନ୍ୟ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ବହୁମୁଖି ପ୍ରତିଭା ସମ୍ପର୍କ ରେ ଆଲୋକପାତ କରିଥିଲେ ।
ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ମାନ୍ୟତା ଦେବା, ନିଜ ଲେଖା ମାଧ୍ୟମରେ ସାଧାରଣ ଜନତାଙ୍କ ସମସ୍ୟାକୁ ପ୍ରକାଶିତ କରିବା,ସାଲିସ ବିହୀନ ରାଜନେତା, ସ୍ୱାଭିମାନୀ, ବାଗ୍ନୀ ଆଇନ ବିଶାରଦ, ଜଣେ ସଂସ୍କାରି ରାଜନେତା, ଭୁସଂସ୍କାର ସରଳ, ଅମାୟିକ ବ୍ୟକ୍ତିତ୍ୱର ଅଧିକାରୀ ତଥା ପୂଜ୍ୟପୂଜା ପ୍ରାଣ, ତଥା ବହୁମୁଖୀ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଥିଲେ ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପୂଜାରୀ ତାଙ୍କୁ କଳଙ୍କ ବିହୀନ ସମ୍ରାଟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କୁ ପ୍ରଥମ ବିଶ୍ୱ ଭୂଷଣ ହରିଚନ୍ଦନ ପ୍ରତିଭା ସମ୍ମାନ- ୨୦୨୫ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ବହୁ ପୂଜ୍ୟ ପୂଜାପ୍ରାଣ, ସାହିତ୍ୟିକ, ବୁଦ୍ଧିଜୀବୀ, ସଂଗଠକ ଉପସ୍ଥିତ ଥିଲେ । କାର୍ୟ୍ୟକ୍ରମକୁ ସଂଯୋଜକ ବାପୁ ଓଝା, ବିଜୟ ପରିଡା,ଡ଼ଃ ପ୍ରଦୀପ କୁମାର ବିଶ୍ୱାଳ ପ୍ରମୁଖ ପରିଚାଳନା କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।
