ଗଣେଶ ପୂଜା ମଣ୍ଡପ ବୁଲିଲେ ନଗରପାଳ

ଭୁବନ, ୧୭/୦୯/୨୦୨୬ (ଓଡ଼ିଶା ସମାଚାର)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଗଣେଶ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ବିଭିନ୍ନ ପୂଜା ମଣ୍ଡପ ବୁଲି ଅଗ୍ରପୂଜ୍ୟ ପ୍ରଭୁ ଗଜାନନ ଙ୍କ ଆଶୀର୍ବାଦ ନେଇଥିଲେ । ଗତ କାଲି ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର ଜୟପୁର ଗ୍ରାମ ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପ ବୁଲି ଦର୍ଶନ କରିବା ସହ ପୂଜା କମିଟି ସଦସ୍ୟ ଙ୍କ ସହ ବିଭିନ୍ନ ଆଲୋଚନା କରିଥିଲେ ।

ପବିତ୍ର ବିଶ୍ୱକର୍ମା ପୂଜାରେ ଗୁରୁବାର ସନ୍ଧ୍ୟାରେ ଭୁବନ ବ୍ଲକ ର ଜିରାଳ ଗ୍ରାମରେ ୧୮ ଟି ପୂଜା ମଣ୍ଡପରେ ପ୍ରଭୁ ଗଣେଶ ଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିରାଳ ଗାଁ ସଭାପତି ଅର୍ଜୁନ ଚରଣ ପଣ୍ଡା,ଦେଶ କମିଟି ଚେୟାରମ୍ୟାନ ଶ୍ୟାମ ସୁନ୍ଦର ପଣ୍ଡା ଙ୍କ ସମେତ ପ୍ରଫୁଲ୍ଲ କୁମାର ସାହୁ,ଅମିୟ ମହାନ୍ତି,ରବି ନାରାୟଣ ବେହେରା,କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *