ଅଞ୍ଚଳରେ ଶୋକର ଛାୟା
କଟକ ସଦର,୧୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଶାସନିକ ଅଧିକାରୀ ଚାକିରି ଛାଡି ଜନସେବା କରିବାକୁ ଆଗେଇ ଆସିଥିବା କଟକ ସଦର ର ବିଶିଷ୍ଟ ରାଜନେତା ତଥା ବିଶିଷ୍ଟ ସମାଜସେବୀ ଵିରକିଶୋର ପରିଡ଼ା ଙ୍କର ଆଜି ହୋଲି ରେ ୭୭ ବର୍ଷ ବୟସରେ ଭୁବନେଶ୍ୱରରେ ପରଲୋକ ଘଟିଥିବା ଜଣାପଡିଛି।
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ଥିବା ସ୍ୱର୍ଗତ ପରିଡ଼ା ଜନତା ଦଳରୁ ଟିକେଟ ନପାଇ ତତ୍କାଳୀନ କିଶନନଗର ନିର୍ବାଚନ ମଣ୍ଡଳୀରୁ ଦୁଇଥର ଏଵଂ ଜାତୀୟ କଂଗ୍ରେସରୁ ଥରେ ବିଧାୟକ ପ୍ରାର୍ଥୀ ହୋଇ ପରାଜୟ ବରଣ କରିଥିଲେ। ସିଏ ବିଜେବି କଲେଜ ଓ ମଧୁସୂଦନ ଆଇନ ବିଦ୍ୟାଳୟର ଛାତ୍ରନେତା ମଧ୍ୟ ଥିଲେ। ତାଙ୍କ ମୃତ୍ୟୁରେ ସ୍ଥାନୀୟ କିଶନନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ନିକଟରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ତାଙ୍କ ବାସଭବନକୁ ଯାଇ ତାଙ୍କ ସ୍ୱ।ସ୍ଥ୍ୟଵସ୍ଥ। ସମ୍ପର୍କରେ ବୁଝିଥିଲେ । ସୂଚନାଯୋଗ୍ୟ ଯେ ଗତ କୋଭିଡରେ ତାଙ୍କର ଏକମାତ୍ର ପୁଅଙ୍କ ଅକାଳ ମୃତ୍ୟୁ ଘଟିଥିଲା। ସ୍ୱର୍ଗତ ଵିରକିଶୋର ଙ୍କ ମରଶରୀର ଭୁବନେଶ୍ଵରରୁ ନିଶ୍ଚିନ୍ତକୋଇଲି ବ୍ଲକ ଈଶାଣୀଵ୍ରହ୍ମପୁର ସାଇଁପୋରୁଆ ବାସଭବନ କୁ ଆସିବା ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ଜଣାପଡିଛି।
