କ୍ଷତିଗ୍ରସ୍ତ ଧାନ ଚାଷୀଙ୍କୁ ଭେଟିଲେ ମହିଳା ନେତ୍ରୀ ବାସନ୍ତୀ ମହାପାତ୍ର

ନିରାକାରପୁର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଘଟଣ ଘଟିଛି। କ୍ଷେତ ରୁ ଧାନ କଳେଇ ଆଣି ଅମଳ ପାଇଁ ଖଳା ବାଡ଼ିରେ ଚାଷୀ ରଖିଥିବାବେଳେ କେହି ଦୁର୍ବୃତ୍ତ ଏଥିରେ ଅଗ୍ନି ସଂଯୋଗ କରିବା ଫଳରେ ଗ୍ରାମର ୫ ଜଣ ଚାଷୀ ଏବେ ସର୍ବସ୍ବାନ୍ତ ହୋଇଛନ୍ତି। ସୂଚନାଯୋଗ୍ୟ କି ଗ୍ରାମର ହେମନ୍ତ ଜେନା, ପ୍ରମୋଦ ଜେନା, ସୌରୀ ଜେନା, ସୁକାନ୍ତ ଜେନା, ସନ୍ତୋଷ ରଣସିଂହ ଓ ମଙ୍ଗୁଳି ଜେନା ନିଜର ସୁନାର ଫସଲ ଅମଳ ପାଇଁ ଗ୍ରାମର ଏକ ଧାନ ଖଳାରେ ଆଣି ୧୦ ହଜାର ଧାନ କଲେଇ ଆଣି ରଖିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ କଳେଇ ଗଦା ରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ ଧାନ କଳେଇ ଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି। ପୋଡ଼ି ଯାଇଥିବା ପ୍ରାୟ ୫୦୦ କୁଇଣ୍ଟାଲ ଧାନ ର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ସେହିପରି ଜଂକିଆ ଥାନାରେ ଏ ସଂକ୍ରାନ୍ତରେ ଚାଷୀ ଙ୍କ ତରଫରୁ ଏକ ମାମଲା ରୁଜୁ ହୋଇଛି। ଏହି ଖବର ପାଇ ରାଜ୍ୟ ମହିଳା ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଘଟଣାସ୍ଥଳକୁ ଆସି ଚାଷୀ ମାନଙ୍କୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *