Breaking News : ହୋଲିରେ ରାଜଧାନୀରେ ୨ ମୁଣ୍ଡ ଗଡ଼ିଲା

ଭୁବନେଶ୍ୱର,୧୫/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ଭୁବନେଶ୍ୱର । ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଦୁଇଜଣଙ୍କୁ ହତ୍ୟା କରାଯାଇଛି। ହୋଲି କୁ ନେଇ ଭୁବନେଶ୍ୱରରେ ଗଡ଼ିଛି ମୁଣ୍ଡ। ଶହୀନଗର ଶାନ୍ତିପଲ୍ଲୀ ବସ୍ତିରେ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି

ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ଶହୀଦନଗର ଶାନ୍ତିପଲ୍ଲୀ ବସ୍ତିରେ ରଙ୍ଗ ଖେଳ ବେଳେ ହତ୍ୟାକାଣ୍ଡ ଘଟିଛି ଜଣ ଯୁବକ ଛୁରି ଭୁସି ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣା ପଡ଼ିଛି ଆଜି ଦିନ ଦ୍ୱି ପ୍ରହରରେ ହୋଲି ଖେଳୁଥିବା ବେଳେ ପ୍ରଥମେ ବଚସା ,ପରେ କଥା କଟାକଟି ହୋଇଥିଲା

ଏହି ଘଟଣାରେ ଉତକ୍ଷିପ୍ତ ହୋଇ ୪ଜଣ ଯୁବକ ଛୁରି ଭୁସି ଜଣଙ୍କୁ ହତ୍ୟା କରିଛନ୍ତି ସେହିପରି ମଞ୍ଚେଶ୍ୱର ଥାନା ସମେଇଗାଡିଆରେ ମଧ୍ୟ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ସମେଇଗାଡ଼ିଆର ବାବୁ ପତିଙ୍କ ପୁଅ ଆୟୁଷ୍ମାନ ପତି(୨୭) ଆୟୁଷ୍ମାନଙ୍କୁ କାହିଁକି ହତ୍ୟା କରାଯାଇଛି ଏବଂ ଏଥିରେ କାହାର ହାତ ଅଛି ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଏହି ହତ୍ୟାକାଣ୍ଡ ନେଇ ଏବେ କମିସନରେଟ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଛି

Leave a Reply

Your email address will not be published. Required fields are marked *