କେନ୍ଦ୍ରାପଡ଼ାରେ ନାନୋ ୟୁନିକର୍ନ୍ ଯୋଜନାର ଉଦଯାପନ ସମାରୋହ

କେନ୍ଦ୍ରାପଡ଼ା,୧୩/୦୩/୨୦୨୫(ଓଡ଼ିଶା ସମାଚାର)- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଦ୍ୱାରା ନାନୋ ୟୁନିକର୍ନ୍ ଯୋଜନାର ସଫଳତା ନିମନ୍ତେ ଜିଲା ପ୍ରଶାସନ ଏବଂ ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ନାନୋ ୟୁନିକର୍ନ୍ ଯୋଜନା ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ ପାଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀନୀ ମାନଙ୍କୁ ଉଦ୍ୟୋଗତା ରୂପେ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ଏକ ଦଶ ଦିନିଆ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଯୋଜନା ନିମନ୍ତେ ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଓ ପ୍ରାର୍ଥୀନୀମାନେ ଆବେଦନ କରିଥିଲେ ଏବଂ ଅଧିକୃତ କମିଟି ଦ୍ୱାରା ଉପଯୁକ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ଚୟନ କରାଯାଇ ଚଳିତମାସ ୪ତାରିଖରୁ ୧୩ତାରିଖ ପର୍ଯ୍ୟନ୍ତ ଜିଲା ସ୍ତରୀୟ ଅଧିକାରୀ ବୃନ୍ଦ ଏବଂ ଟାଟା ଷ୍ଟ୍ରାଇଭ୍ ଅଧିକାରୀ ମାନଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ଏହି ତାଲିମ ଟାଟା ଷ୍ଟ୍ରାଇଭ୍ର ଉଦ୍ୟୋଗୀକରଣ ତାଲିମ ପ୍ରଦାନ ଅଧିକାରୀ ଡେନିଶ୍ ରାଜ୍ ନାୟକ, ଜିଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟର କର୍ମଚାରୀ ବିଜୟ କୁମାର ପତି, ଶ୍ରଦ୍ଧାଞ୍ଜଳୀ ପ୍ରଧାନ, ରିଚା ବିଶ୍ୱାଳ, ଜିତେନ୍ଦ୍ର କୁମାର ସେଠୀ, ଆଶୁତୋଷ ତ୍ରିପାଠୀ, ହରିଚନ୍ଦନ ରାଉତଙ୍କ ସହଯୋଗରେ ସମାପନ କରାଯାଇଥିଲା ।

ଉଦଯାପନ ଦିବସରେ ଜିଲା ଅଗ୍ରଣୀ ବ୍ୟାଙ୍କ୍ ପ୍ରବନ୍ଧକ ମନୋଜ ପ୍ରଧାନୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ “ନିଜର ଆର୍ଥôକ ଓ ସାମାଜିକ ଅବସ୍ଥାର ଉନ୍ନତି ନିମନ୍ତେ ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଆତ୍ମ ନିର୍ଭରଶୀଳତା ଏକ ମାଧ୍ୟମ” ।

ଏହି ଉଦଯାପନୀ ଦିବାସ ଶେଷ ପର୍ଯ୍ୟାୟରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏବଂ ଜିଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଘନଶ୍ୟାମ ସା ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏହି ଯୋଜନା ମାଧ୍ୟମରେ ତାଲିମ ପ୍ରାପ୍ତ ଯୁବକ ଓ ଯୁବତୀ ମାନଙ୍କୁ ଏକ ଲକ୍ଷ ଟଙ୍କାର ଆର୍ଥôକ ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *