ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ଓ ପତ୍ର ପତ୍ରିକା ଉନ୍ମୋଚନ

କଟକ,୧୫/୧୦/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା)  ପଲ୍ଲୀ ପ୍ରତିଭା ସାହିତ୍ୟ ଓ ସଂସ୍କୃତି ସଂସଦ ଗତିରାଉତ ପାଟଣା କଟକର ଚତୁର୍ଥ ବାର୍ଷିକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ଉତ୍କଳ ସାହିତ୍ୟ ସମାଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ଚୈତନ୍ୟ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଉଦଘାଟକ ଭାବରେ ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ରାଜୀବ କୁମାର ଷଡ଼ଙ୍ଗୀ,ମୁଖ୍ୟ ଅତିଥି,ପ୍ରାକ୍ତନ ଆୟକର ଆୟୁକ୍ତ ଶୋଭନ କର,ସମ୍ମାନୀତ ଅତିଥି ଅଧ୍ୟାପିକା ଡକ୍ଟର ରୋଜାଲିନ,ମୁଖ୍ୟବକ୍ତା ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶାର ଅଧ୍ୟକ୍ଷ ଡକ୍ଟର ଅଭୟ କୁମାର ନାୟକ ଯୋଗ ଦେଇଥିଲେ ।

ସଂସଦର ପ୍ରତିଷ୍ଠାତ୍ରୀ ସମ୍ପାଦିକା ଗୀତାଞ୍ଜଳି ପୃଷ୍ଟି ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିବା ସହିତ ସମସ୍ତ  କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ପ୍ରାରମ୍ଭରେ ଡ.ସନ୍ତୋଷ କୁମାର ପଣ୍ଡାଙ୍କ ପରିଚାଳନାରେ ରାଜ୍ୟରୁ ଆସିଥିବା ଶତାଧିକ କବି ସ୍ୱରଚିତ କବିତା ପାଠକରିଥିଲେ । ଗୀତିକବି ପ୍ରେମଚାନ୍ଦ ମହାନ୍ତି,ବୀଣାପାଣି ମିଶ୍ର, କୈଳାସ ଚନ୍ଦ୍ର ସ୍ୱାଇଁ ଏବଂ ଡ. ବୈଜୟନ୍ତୀ ମାଳା ଶତପଥୀ କବିତା ଆସରରେ ଅତିଥି ଭାବରେ ଯୋଗଦେଇଥିଲେ । ଡେଜି ରାଉତ, ଆଦିତ୍ୟ ରଞ୍ଜନ ଦାଶ ଏବଂ ରଶ୍ମିତା ନାୟକଙ୍କ ସଂଯୋଜନାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଅନୁଷ୍ଠାନର ମୁଖପତ୍ର ‘ପ୍ରତୀତି’,ଗୀତାଞ୍ଜଳି ପୃଷ୍ଟିଙ୍କ ଗଳ୍ପ ସଂକଳନ ‘ପ୍ରେମ ପାଇଁ ଋତୁଟିଏ’, ପ୍ରଭାତୀରାଣୀ ମହାନ୍ତିଙ୍କ କବିତା ସଂକଳନ ‘ଜୀବନ ଜାହ୍ନବୀ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ଡ.ତୋଫାନ ଜେନାଙ୍କୁ ପଲ୍ଲୀ ପ୍ରତିଭା ସମ୍ମାନ,ଇଂ.ଭରତ ଚରଣ ବେହେରା,ବିଷ୍ଣୁପ୍ରିୟା ଦାସ, ସୁଷମା ପରିଜା,ତନ୍ମୟ କିଶୋର ଦାସ, ଏବଂ ଡାକ୍ତର କମଳାକାନ୍ତ ନାୟକଙ୍କୁ ‘ପଲ୍ଲୀ ପ୍ରତିଭା ସାରସ୍ୱତ ସମ୍ମାନ’, ବାବାଜୀ ଚରଣ ଜେନା,ସ୍ନେହଲତା ଦ୍ବିବେଦୀଙ୍କୁ ‘ପଲ୍ଲୀ ପ୍ରତିଭା ଗୀତିକବି ସମ୍ମାନ’,କୈଳାସ ଚନ୍ଦ୍ର ଜେନାଙ୍କୁ ‘ପଲ୍ଲୀ ପ୍ରତିଭା ସାମ୍ବାଦିକ ସମ୍ମାନ’ ଏବଂ ଆଶୀର୍ବାଦ ଦାସଙ୍କୁ ‘ପଲ୍ଲୀ ପ୍ରତିଭା ଯୁବ ସଂଗଠକ ସମ୍ମାନ-୨୦୨୬’ ପ୍ରଦାନ କରାଯାଇଥିଲା । ରଶ୍ମିରଂଜନ ଜେନା ଏବଂ ଦେବାଶିଷ ସାମନ୍ତରାୟଙ୍କୁ ମଧ୍ୟ  ସମ୍ବର୍ଦ୍ଧିତ କରାଯାଇଥିଲା । ସରୋଜ କୁମାର ରାଉତ,ବାସୁଦେବ ନାୟକ,ନିରଞ୍ଜନ ମୁଦୁଲି,ବ୍ରଜମୋହନ ସାହୁ,ସନ୍ତୋଷ କୁମାର ପ୍ରଧାନ,ଭାସ୍କର ସେଠୀ,ସୁରେଶ ପାଲ,ପ୍ରଜ୍ଞା ପରମିତା ପ୍ରଧାନ,ସୋନାଲି ପାତ୍ର,ରାଜଶ୍ରୀ ଜେନା,ସୁରେନ୍ଦ୍ର ମହାପାତ୍ର,ରତନ କୁମାର ମହାନ୍ତି,ନଜରୁଲ ଇସଲାମ ପ୍ରମୁଖ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *