ବଡ଼ବିଲ ପୋଲିସ୍ ଜବତ କଲା କୋଡିଏ ବୁଲେଟ ଗାଡି

ବଡ଼ବିଲ,୦୮/୦୨/୨୦୨୫ (ଓଡ଼ିଶା ସମାଚାର)- ବଡ଼ବିଲ ପୋଲିସ୍ ଦ୍ଵାରା ପ୍ରଶଂସନୀୟ ପଦକ୍ଷେପ । ସହରରେ ଗର୍ଜନ କରି ବୁଲୁଥିବା ୨୫ଟି ବୁଲେଟ୍ ମୋଟର ସାଇକଲକୁ ଜବତ୍ କରିବା ସହ ସେଗୁଡ଼ିକରୁ ସାଇଲେନ୍ସର୍ ଖୋଲିଛି ପୋଲିସ୍ । କିଛି ଅମାନିଆ ଯୁବକ ବୁଲେଟ୍ ଗୁଡ଼ିକର ଓରିଜିନାଲ୍ ସାଇଲେନ୍ସର୍ ଖୋଲି ସେଥିରେ ପ୍ରବଳ ମାତ୍ରାରେ ଗର୍ଜନ କରୁଥିବା ସାଇଲେନ୍ସର୍ ଲଗାଇ ସହର ମଧ୍ୟରେ ଉତ୍ପାତ ମଚାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କର୍କଷ ଶବ୍ଦରେ ଲୋକେ ଅତିଷ୍ଠ ହୋଇ ପଡ଼ିଥିଲେ ।  ଅନେକ ଦିନ ହେଲା ଏନେଇ ଅଭିଯୋଗ ହୋଇ ଆସୁଥିଲା । ଏହାକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରି କର୍କଷ ଶବ୍ଦ କରୁଥିବା ୨୫ଟି ବୁଲେଟ୍ ମୋଟର ସାଇକଲକୁ ଜବତ୍ କରିବା ସହ  ସେଗୁଡିକରୁ ସାଇଲେନ୍ସର୍ ଖୋଲିଛି । ଏହି ଅମାନିଆମାନଙ୍କୁ ପୁନଶ୍ଚ ଏପରି ନକରିବାକୁ ଚେତାବନୀ ଦିଆଯାଇଛି । ଆଗକୁ ଏହି ଅଭିଯାନ ଜାରୀ ରହିବ ବୋଲି ପୋଲିସ୍ କହିଛି ।

Leave a Reply

Your email address will not be published. Required fields are marked *