ଜଗତସିଂହପୁର,୧୫/୧୦/୨୦୨୬(ଓଡ଼ିଶା ସମାଚାର)- ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ମହୋତ୍ସବ, ୨୦୨୬ ତା୨୩.୧୧.୨୦୨୬ ରିଖ ଠାରୁ ତା ୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ୱୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ରେ ମହା ସମାରୋହରେ ପାଳିତ କରାଯିବା ସହିତ ଏକ ମନୋଜ୍ଞ ସ୍ମରଣିକା ପ୍ରକାଶ ହେବାକୁ ସ୍ଥିର ହୋଇଛି ।
ଉକ୍ତ ସ୍ମରଣିକାରେ ଉତ୍କଳର ପ୍ରାଚୀନ ଗୌରବମୟ ନୌବାଣିଜ୍ୟ ସମ୍ପର୍କିତ ପ୍ରବନ୍ଧ କିମ୍ବା କବିତା ଲେଖାଦେବା ପାଇଁ ଇଚ୍ଛୁକ ସୃଜନଶୀଳ ବ୍ୟକ୍ତିମାନେ ତା.୩୧.୧୦.୨୦୨୬ ରିଖ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଙ୍କ କାର୍ଯ୍ୟାଳୟ ରେ ଦାଖଲ କରିପାରିବେ ଏବଂ ସେହି ଲେଖା ର ସମ୍ପାଦିତ କପି (editable/softcopy) e-mail (kalingabalijatracommittee@gmail.com)ମାଧ୍ୟମରେ ପଠାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
