ପୁରୀ,୨୮/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପୁରୀରେ ପୋଲିସ୍ ର ଏନକାଉଂଟର । ଏନକାଉଂଟର ରେ ଦୁର୍ଦ୍ଧାନ୍ତ ଅପରାଧି କାଳୁ ଭୋଳ ଆହତ ହୋଇଛି । କାଳୁ ର ଡ଼ାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ କାଳୁ କୁ ସଦର ହସପିଟାଲ ରେ ଭର୍ତି କରାଯାଇଛି । କାଳୁ ଘର ପୁରୀ ସଦର ଅଂଚଳରେ । ତା ନାମରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି । ଏପରିକି ପୋଲିସ ଉପରକୁ ମଧ୍ୟ ସେ ଗୁଳି ଚଳାଇଥିବା ନଜିର ରହିଛି । ସତ୍ୟବାଦୀ ପୁଲିସ ସୁଆଣ୍ଡୋ ପୋଲ ନିକଟରେ ଏହି ଏନକାଉଂଟର କରିଛି । କିଛି ଅପରାଧିକ କାର୍ଯ୍ୟ କରିବା ପାଇଁ କାଳୁ ସଜବାଜ ହେଉଥିବା ଖବର ପାଇ ସତ୍ୟବାଦୀ ପୁଲିସ ଯିବା ସମୟରେ ପୁଲିସ କୁ ଦେଖି ସେ ଗୁଳି ଚଳାଇ ଖସି ଯିବାକୁ ଉଦ୍ୟମ କରିବାରୁ ପୁଲିସ ଗୁଳି ଚଳାଇବାରୁ ତାର ଡ଼ାହାଣ ଗୋଡ଼ରେ ଗୁଳି ବାଜିଥିଲା ।
Breaking News : ପୁରୀ ପୋଲିସ ର ଏନକାଉଂଟର, ଦୁର୍ଦ୍ଧାନ୍ତ ଅପରାଧି କାଳୁ ଭୋଳ ଆହତ
