୬୬ ମୋକଦ୍ଧମାର ଫଇସଲା: ୧କୋଟି ୨୨ ଲକ୍ଷ ୧ହଜାର ୨୩ ଟଙ୍କା ଜୋରିମାନା ଆଦାୟ
କଟକ ୧୮/୦୭/୨୦୨୬ (ଓଡ଼ିଶା ସମାଚାର)-ଜିଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ କଟକ ଜିଲା ଓ ଦୌରାଜଜ୍ କୋର୍ଟ ପରିସରରେ ୨୦୨୬ ମସିହାର ପ୍ରଥମ ସ୍ୱତନ୍ତ୍ର ଚେକ୍ ବାଉନ୍ସ ଲୋକ ଅଦାଲତ ଅନୁଷ୍ଠିତ
ହୋଇଯାଇଛି । ଉକ୍ତ ଲୋକ ଅଦାଲତରେ ବହୁ ସଂଖ୍ୟକ ଲୋକ ଯୋଗଦାନ କରି ଲୋକ ଅଦାଲତ ମାଧ୍ୟମରେ ସେମାନଙ୍କର ଚେକ୍ ବାଉନ୍ସଜନିତ ମକଦ୍ଧମାର ଫଇସଲା କରାଇଥିଲେ ।
କଟକ ଜିଲା ଓ ଦୌରାଜଜ୍ ତଥା କଟକ ଜିଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ମାନଓ ରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ କଟକ ଜିଲା କୋର୍ଟର ସମସ୍ତ ବିଚାରପତିମାନେ ନିଜ ନିଜ କୋର୍ଟରେ ଥିବା ଚେକ୍ ବାଉନ୍ସ ମକଦ୍ଧମାର ଫଇସଲା କରାଇଥିଲେ । ଏହି ଲୋକ ଅଦାଲତରେ ମୋଟ ୭୩୯ ମକଦ୍ଧମା ମଧ୍ୟରୁ ସମୁଦାୟ ୬୬ଟି ମକଦ୍ଧମାର ଫଇସଲା କରାଯାଇଥିଲା ଏବଂ ୧କୋଟି ୨୨ ଲକ୍ଷ ୧ ହଜାର ୨୩ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତକୁ କଟକ ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜଗଦିଶ୍ ଚନ୍ଦ୍ର ଜେନା ପରିଚାଳନା କରିଥିଲେ ।
