ଯାଜପୁର,୧୦/୦୩/୨୦୨୫ (ଓଡ଼ିଶା ସମାଚାର)- ଯାଜପୁର ସହରର ବେପାରିବରହମପୁର, ଭାଟ ସାହିର ଧର୍ମପ୍ରାଣା ମହିଳା ଶାନ୍ତିଲତା ମହାନ୍ତିଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ମିଷ୍ଟଭାଷୀ, ପରୋପକାରୀ ମହିଳା ଥିଲେ। ଅସୁସ୍ଥତା କାରଣରୁ ଗତ ୨ ତାରିଖରୁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଥିବା ସମୟରେ ମାର୍ଚ୍ଚ ୮ ତାରିଖ ଅପରାହ୍ନ ୪.୪୦ ମିନିଟ ସମୟରେ ଦେହତ୍ୟାଗ କରିଥିଲେ।
ମୃତ୍ୟୁ ସମୟରେ ତାଙ୍କ ସ୍ଵାମୀ ବାସୁଦେବ ମହାନ୍ତି, ଏକ ମାତ୍ର ପୁତ୍ର ବିରଜା ପ୍ରସାଦ ମହାନ୍ତି ଓ ପୁତ୍ର ବଧୁ ଦୀପ୍ତି ସେଠି ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ । ଶାନ୍ତିଲତା ମହାନ୍ତି ପିଲାଟି ବେଳରୁ ଫୁଲ ତୋଳି ଫୁଲ ଗୁନ୍ଥି ବିରଜା ମା’ ଙ୍କୁ ଫୁଲ ଦେବା ଅଭ୍ୟାସ ରଖିଥିଲେ। ସ୍ବାମୀଙ୍କ ଅବସର ପରେ ଯାଜପୁର ଟାଉନ ରେ ଘର କରି ରହିବା ପରେ ପ୍ରତିଦିନ ଫୁଲ ଗୁନ୍ଥି ମା’ ବିରଜାଙ୍କ ନିକଟକୁ ପଠାଉଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
