ଯୁଗ୍ମ ଜନ ଅଭିଯୋଗ ଶୁଣାଣି ନିମନ୍ତେ ଅନଲାଇନ୍ ପଞ୍ଜୀକରଣ

ଜଗତସିଂହପୁର, ୨୯/୦୫/୨୦୨୫ (ଓଡ଼ିଶା ସମାଚାର)- ଆସନ୍ତା ତା ୨.୦୬.୨୦୨୫ ରିଖ (ସୋମ ବାର) ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ ଠାରେ ସକାଳ ୭ ଘଟିକା ରୁ ଦିନ ୧୦ ଘଟିକା ଯାଏଁ ଅନୁଷ୍ଠିତ ହେବାକୁ ଥିବା  ଯୁଗ୍ମ ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ତା୩୦.୦୫.୨୦୨୫ ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ।

ଏଥି ନିମନ୍ତେ, ଆଗ୍ରହୀ ଜନସାଧାରଣ ଓଡ଼ିଶା ସରକାରଙ୍କ ଜନଶୁଣାଣି ପୋର୍ଟାଲ (https://janasunani.odisha.gov.in/) ମାଧ୍ୟମରେ  ପଞ୍ଜୀକରଣ କରିପାରିବେ । ଜନସାଧାରଣ ପଞ୍ଜୀକରଣ ପ୍ରାପ୍ତି ସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ  ଜଣାଇପାରିବେ । ଏତଦବ୍ୟତୀତ, ଅଣପଞ୍ଜୀକୃତ ଆବେଦନକାରୀ ମାନଙ୍କର ଅଭିଯୋଗ ପତ୍ରଗୁଡିକୁ ଯୁଗ୍ମ ଶୁଣାଣି ଶିବିରରେ ସିଧାସଳଖ ଗ୍ରହଣ କରାଯାଇପାରିବ ।

Leave a Reply

Your email address will not be published. Required fields are marked *