ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ  କଟକ  ସାଂସଦଙ୍କୁ ସମ୍ବର୍ଦ୍ଧନା ।

ସାଲେପୁର,୧୦/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ନୃତ୍ୟ,ସଙ୍ଗୀତ,ବାଦ୍ୟଯନ୍ତ୍ର ,ଚିତ୍ରକଳା ଭିତ୍ତିକ ବିଦ୍ୟାଳୟ ଆରାଧ୍ୟା କଲଚରାଲ୍ ଏକାଡ଼େମୀ ବ୍ରାହ୍ମଣଝରିଲୋ ଫୁଲନଖରା ପକ୍ଷରୁ ମାନ୍ୟବର କଟକ  ସାଂସଦ ଶ୍ରୀଭର୍ତ୍ତୃହରି ମହତାବଙ୍କୁ ତାଙ୍କ ବସଭବନରେ ଭେଟି ସମ୍ବର୍ଦ୍ଧନା ପ୍ରଦାନ କରଯାଇଛି ।

ଗ୍ରାମାଞ୍ଚଳରେ ଶିଶୁ ମାନଙ୍କ କଳା ପ୍ରତିଭାର ବିକାଶ ନେଇ ଏକାଡେମୀ ପକ୍ଷରୁ ଏପରି ପ୍ରୟାସକୁ ସାଂସଦ ପ୍ରଶଂସା କରିଥିଲେ । ଏହି ସମ୍ବର୍ଦ୍ଧନା କାର୍ୟ୍ୟକ୍ରମରେ ଆରାଧ୍ୟା କଲଚରାଲ୍ ଏକାଡ଼େମୀର ପରିଚାଳନ ନିର୍ଦ୍ଦେଶକ ଅଜୟ କୁମାର ପାତ୍ର,ଉପଦେଷ୍ଟା ସମାଜସେବୀ ପ୍ରତାପ କେଶରୀ ପାତ୍ର,ସଂଯୋଜକ ଇଂ.ସେବକ ଶ୍ରୀକାନ୍ତ, କିଶନନଗର ଶିଶୁ ମଙ୍ଗଳ କ୍ଲବ୍ ତଥା ଶିଶୁ ପତ୍ରିକା “କୁନି ପ୍ରତିଭା” ସଂପାଦକ ଯୁବ ସମାଜସେବୀ ସତ୍ୟ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *