ହନୁମାନ ମୃତ୍ତି ଭଙ୍ଗା କୁ ନେଇ ଉତ୍ତେଜନା

ବଡ଼ବିଲ,୨୩/୧୨/୨୦୨୪ (ଓଡ଼ିଶା ସମାଚାର)-ଆଜି ବଡ଼ବିଲ   ପୌରାଞ୍ଚଳ ୱାର୍ଡ଼ ନଂ ୯ ନ୍ୟୁ ମାର୍କେଟ ଏରିଆରେ ହନୁମାନ ମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିଲେ । ଗତ ରାତିରେ କେହି ଦୃବୃର୍ତ୍ତ ହନୁମାନ ବିଗ୍ରହକୁ ପ୍ରତିଷ୍ଠା ହୋଇଥିବା ସ୍ଥାନରୁ ଉପାଡ଼ି ଫୋପାଡି ଦେବା ସହ ରୂପା ଆଭୂଷଣ ନେଇଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ବଡ଼ବିଲ ପୋଲିସ୍ ଖବର ପାଇବା ପରେ ଘଟଣା ସ୍ଥଳରୁ ହନୁମାନ ବିଗ୍ରହକୁ ନେଇଯାଇଥିବା କୁହାଯାଉଛି । ପୋଲିସ୍ ତୁରନ୍ତ ବିଗ୍ରହକୁ ଫେରାଇବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରି ଲୋକେ ରାସ୍ତା ଅବରୋଧ କରିଥିଲେ । ଅସାମାଜିକ ତତ୍ତ୍ଵ ଲଗାତାର ହିନ୍ଦୁ ମନ୍ଦିର ଗୁଡ଼ିକୁ ଟାର୍ଗେଟ କରୁଥିବାରୁ ମନ୍ଦିର ଓ ଦେବାଦେବୀ ସ୍ଥଳୀ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି । ଏନେଇ ପୋଲିସ୍ ଆଖ ପାଖରେ ଲାଗିଥିବା ବିଭିନ୍ନ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଅଭିଯୁକ୍ତଙ୍କ ସମ୍ପର୍କରେ ପତ୍ତା ଲଗାଇବାକୁ ଚେଷ୍ଟା ଚଳାଇଛି । ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ୍ ଟିମ୍ କୁ ଡକାଯାଇଛି । ସେପଟେ ଘଟଣାର ପ୍ରତିବାଦରେ ବଦବିଲ ବାଜାର ବନ୍ଦ କରାଯାଇଥିଲା। ପରେ କେନ୍ଦୁଝର ଏସିପି ଶ୍ରୀ କୁଲସ୍କର ନିତିନ ବାଗଡୁ ଆସି ଲୋକଙ୍କୁ ବୁଝା ସୁଝା କରିବା ସହ ନୂତନ ବିଗ୍ରହ ଧୁମ ଧାମ ରେ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇ ଛନ୍ତି । ବଡ଼ବିଲ ପୋଲିସ ଏକ ଅସମାଜି ଯୁବକ କୁ ଧରି ପଛାଉଚରା କରିଛି।

Leave a Reply

Your email address will not be published. Required fields are marked *