କଟକ ସଦର,୧୦/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ କନ୍ଦରପୁର ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥର କନ୍ଦରପୁର କଲେଜ ରୋଡ଼ ର ବିଶ୍ରାମ ଘର ନିକଟରେ ଘର କରି ରହୁଥିବା କିଶନନଗର ଥାନା ଉତ୍ତରକୁଳ ଅଞ୍ଚଳର ଜନୈକ ଆଡଭୋକେଟ ପ୍ରଶନ୍ନ କୁମାର ସାହୁ (୬୨) ଆଜି ସ୍ପଷ୍ଟ ଦିବାଲୋକରେ ଘରେ କେହି ନଥିବା ବେଳେ ଵାଲକୋନୀ ଛାତରେ ବେକରେ ଗାମୁଛା ବାନ୍ଧି ଝୁଲି ପଡି ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଜଣା ପଡିଛି।
ମୃତକଙ୍କ ପତ୍ନୀ ନିକଟସ୍ଥ ବିରିଡ଼ି ବ୍ଲକ୍ ଅଞ୍ଚଳର ସାହାଵାଜ୍ ସ୍କୁଲ ରେ ଶିକ୍ଷୟିତ୍ରୀ ଥିବା ଏଵଂ ସ୍କୁଲ କୁ ଯାଇଥିବା ବେଳେ ବଡ ପୁଅ ବ୍ୟାଙ୍କ କୁ ଟଙ୍କା ଉଠାଇ ବାକୁ ଯାଇଥିଲେ। ଘରେ କେହି ନଥିବା ସୁଯୋଗରେ ପ୍ରଶନ୍ନ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଶବକୁ ଉଦ୍ଧାର କରିବା ସହ ଅପମୃତ୍ୟୁ ମାମଲା ୨/୨୦୨୫ ରୁଜୁ କରି ପୋଷ୍ଟମର୍ଟମ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ନିକଟରେ ମୃତକଙ୍କ ସାନ ପୁଅ ଏକ ସଡକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ବରଣ କରିଥିବା ଜଣାଯାଇଛି।