ଧର୍ମ ପରାୟଣ ବ୍ୟକ୍ତି ଙ୍କ ପରଲୋକ 

ଭୁବନ ୦୯/୦୩/୨୦୨୫ (ଓଡ଼ିଶା ସମାଚାର)-  ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଲତାବିଲ ବାସିନ୍ଦା ଗୌରାଙ୍ଗ ବିହାରୀ ଙ୍କ ର ରବିବାର ପୂର୍ବାହ୍ନ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗ ରେ ପୀଡିତ ଥିଲେ ।

ସହର ପରିକ୍ରମା କରାଯାଇ ଚିନରା ପୋଖରୀ ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ରମେଶ ଚନ୍ଦ୍ର ବିହାରୀ ମୁଖାଗ୍ନି ଦେଇଥିଲେ । ଅନ୍ୟ ତିନି ପୁଅ ବାଙ୍କନିଧି,ସନ୍ତୋଷ,ମନୋଜ ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସ୍ବର୍ଗତ ଗୌରାଙ୍ଗ ବିହାରୀ ଏକାଧାରରେ ଜଣେ ଧର୍ମ ପରାୟଣ,ପରୋପକାରୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି।

 

Leave a Reply

Your email address will not be published. Required fields are marked *