ସମାଜ’ର ନୂତନ ସମ୍ପାଦକ ଭାବେ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ

କଟକ, ୧୧/୬/୨୦୨୪ (ଓଡ଼ିଶା ସମାଚାର)- ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ସର୍ବ ପୁରାତନ ଦୈନିକ ସମ୍ବାଦପତ୍ର ‘ସମାଜ’ର ନୂତନ ସମ୍ପାଦକ ଭାବେ ଡଃ ପ୍ରଭାସ ଆଚାର୍ଯ୍ୟ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ଚୋପ୍ରାଙ୍କ ଉପସ୍ଥିତିରେ ‘ସମାଜ’ର ପୂର୍ବତନ ସମ୍ପାଦକ ଡଃ ପ୍ରମୋଦ କୁମାର ମହାପାତ୍ରଙ୍କ ଠାରୁ ଡଃ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ଉତ୍ସବରେ ସମାଜର ମୁଖ୍ୟ ପରିଚାଳକ ଶିବରାମ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡଃ ଆଚାର୍ଯ୍ୟ ଉତ୍କଳମଣିଙ୍କ ଆଦର୍ଶକୁ ପାଥେୟ କରି ଏହି ପୁରାତନ ସମ୍ବାଦପତ୍ରର ପାଠକୀୟ ବିଶ୍ୱସନୀୟତା ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ଡଃ ଆଚାର୍ଯ୍ୟ ଗଣମାଧ୍ୟମ ଜଗତର ଜଣେ ପରିଚିତ ବ୍ୟକ୍ତିତ୍ୱ। ସମ୍ପ୍ରତି ସେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ସହ ‘ସମାଜ’ର ମୁଦ୍ରାକାର ଓ ପ୍ରକାଶକ ଅଛନ୍ତି।

Leave a Reply

Your email address will not be published. Required fields are marked *