୫ଟି ବିଭାଗର ୮ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ

ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥାନାଁରେ ନୂତନ ଯୋଜନା, ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ

ଭୁବନେଶ୍ୱର,୦୭/୦୫/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମ କୁ ସୂଚନା ଦେଇଥିଲେଏହି ବୈଠକରେ ୫ଟି ବିଭାଗର ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି।ବିପର୍ଯ୍ୟୟ ପ୍ରତିରୋଧକ ସଡ଼କନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଥିବାବେଳେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଫଳରେ ୧୦୦୦ କୋଟି ବ୍ୟୟରେ ୫୦୦ କିଲୋମିଟର ନୂତନ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି ରାଜ୍ୟ କ୍ୟାବିନେଟରେ ବୈଠକ ନିର୍ବାଚନମଣ୍ଡଳିରେ ଥିବା ସଡ଼କ ନିର୍ମାଣ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ ମିଳିଛି।ନିର୍ବାଚନ ମଣ୍ଡଳୀ ଅର୍ଥ ବ୍ୟବସ୍ଥାନାଁରେ ନୂତନ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ବସ ସେବା ଆରମ୍ଭ ହେବ। ଏହି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ମୁଖ୍ୟମନ୍ତ୍ରୀ ବସ୍ସେବା ବସ୍ରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ବଟନ ରହିବ। ବସ୍ରେ ମହିଳା ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ। ମୁଖ୍ୟମନ୍ତ୍ରୀ ବସ୍ସେବାରେ ମହିଳା, ଦିବ୍ୟାଙ୍ଗ କିନ୍ନରମାନଙ୍କୁ ୫୦% ରିହାତି ମିଳିବ। ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦% ରିହାତିରେ ଯାତ୍ରା କରିପାରିବେ।

ମୁଖ୍ୟମନ୍ତ୍ରୀ ବସ ସେବାରେ ଯାତାୟତ କରୁଥିବା ମହିଳା ଟ୍ରାନ୍ସ ଜେଣ୍ଡରଙ୍କ ସମେତ ଛାତ୍ର, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ୫୦% ରିହାତି ପ୍ରଦାନ କରାଯିବ। ସେହିପରି ପ୍ରାଣୀ ଚିକିତ୍ସା ବୈଷୟିକ ନିୟମକୁ ମଞ୍ଜୁରୀ ମିଳିଥିବାବେଳେ ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡରରେ ନୂତନ ୧୧୩ ପଦବୀ ସୃଷ୍ଟି ହେବ ବୋଲି ସୂଚନା ମିଳିଛି

Leave a Reply

Your email address will not be published. Required fields are marked *