କର୍ମବୀର ଗୌରୀ ଶଙ୍କର ଙ୍କ ମହାପ୍ରଣାୟ ଦିବସ ପାଳିତ ।

ମାହାଙ୍ଗା,୦୭/୦୩/୨୦୨୫(ଓଡିଶା ସମାଚାର /ଅଭୟ ଜେନା)-ମାହାଙ୍ଗାବ୍ଲକ ଅନ୍ତର୍ଗତ ବରହିପୁର ଗ୍ରାମ ପଞ୍ଚାୟତର ମଣିଯୋରି ସ୍ଥିତ ସହିଦ ଭବନ ଠାରେ ମହିମା ଧର୍ମ ଗବେଷକ, ସୁସାହିତ୍ୟିକ ଡ଼ଃ ଏକାଦଶୀ ପ୍ରଧାନ ଙ୍କ ସଭା ପତିତ୍ଵରେ  ସାରସ୍ଵତ ସେବାମଞ୍ଚ ଆନୁକୂଲ୍ୟରେ  ଗୌରୀଶଙ୍କର ରାୟ ଙ୍କ ୧୦୮ ତମ ମହାପ୍ରୟାଣ ଦିବସ ପାଳିତ ହୋଇ ଯାଇଛି ।

ପ୍ରଥମେ ଅତିଥିମାନେ କର୍ମବୀର ଙ୍କ ଫଟୋ ଚିତ୍ରରେ ପୁଷ୍ପ,ଧୂପ,ଅର୍ପଣ ପରେ ବେତାର କଣ୍ଠ ଶିଳ୍ପୀ ଅଜୟ କୁମାର ଜେନା ସଙ୍ଗୀତ ଗାନ କରିଥିଲେ ।  ଉକ୍ତ ଦିବସରେ ଶିଶୁ ସାହିତ୍ୟିକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ଚରଣ ସାହୁ ମୁଖ୍ୟ ଅତିଥି  ,ସମ୍ମାନିତ ଅତିଥି  ଅରକ୍ଷିତ ପ୍ରଧାନ,ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ,ଅକ୍ଷୟ କୁମାର ଖଟୁଆ, ମୁଖ୍ୟବକ୍ତା ଆଇନଜୀବୀ ଦୀପକ କୁମାର ମହାନ୍ତି ଯୋଗଦେଇ ଗୌରୀ ଶଙ୍କରଙ୍କ ଉତ୍କଳ ଦୀପିକା ଓ ନବ  ନିର୍ମାଣ ଓଡ଼ିଶାର କର୍ମବୀର ବୋଲି ଆଲୋକ ପାତ କରିଥିଲେ  । ପ୍ରଥମ ଛାପାଖାନା,କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ଦ୍ଵାରା ପ୍ରଥମ ଓଡ଼ିଆ ପାଞ୍ଜି ପ୍ରକାଶ ପାଇବା କଥା ଅତିଥି ମାନେ କହିଥିଲେ ।

ପ୍ରଥମ ସମ୍ବାଦପତ୍ର ଉତ୍କଳ ଦୀପିକା ସହିତ କଟକ ଟାଉନ ହଲ ,ରେଭେନ୍ସା କଲେଜ୍,ପ୍ରତିଷ୍ଠାରେ ୩୦ ହଜାର ଟଙ୍କା ବଡଲାଟ୍ କୁ ଦେବା ବିଷୟ ଆଲୋଚନା  ହୋଇଥିଲା । ନାରୀ ଶିକ୍ଷା ପାଇଁ ନିଜ ଗାଁ ଦୀକ୍ଷିତପଡ଼ା ରେ ବିଦ୍ୟାଳୟ ଓ ସ୍ଵାସ୍ଥ୍ୟ ସେବା ପାଇଁ ଡିସପେନସରି ସ୍ଥାପନ କରିଥିଲେ । ଭାଷା ସାହିତ୍ୟ ସଂସ୍କୃତିର ଜାଗ୍ରତ ପ୍ରହରୀ କର୍ମ ବୀର ଗୌରୀ ଶଙ୍କର ଙ୍କୁ ସଭାରେ ଓଡ଼ିଆ ଜାତି ଶ୍ରଦ୍ଧା ସମ୍ମାନ ଜଣାଇବାକୁ ଯଥୋଚିତ  ନିଷ୍ପତି ନିଆ ଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା କବି ବିଜୟ କୁଅଁର କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆବାହକ ନଳିନୀ କାନ୍ତ ନାୟକ ସ୍ବାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ କୁଶାସନ ମଲ୍ଲିକ,ଭ୍ରମରବର ଦାସ,ମନୋଜ କୁମାର ସାହୁ,ଆଶୋକ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ,ଅପୂର୍ବ ରଞ୍ଜନ ମହାନ୍ତି ଙ୍କ  ସମେତ ବହୁ ବୁଦ୍ଧିଜୀବୀ,ସାହିତ୍ୟିକ,କବି ଯୋଗ ଦେଇଥିଲେ । ଶେଷରେ ଗୌରାଙ୍ଗ ଚରଣ ନାୟକ ସମସ୍ତଙ୍କୁ  ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *