ସାଲେପୁର ଓ ମାହାଙ୍ଗା ରେ ୫ ଟି  ଅଧ୍ୟକ୍ଷ  ଭି କେ ପାଣ୍ଡିଆନ ଙ୍କ  ନିର୍ବାଚନ ପ୍ରଚାର

 ସାଲେପୁର,୨୦/୦୫/୨୦୨୪(ଓଡିଶା ସମାଚାର /ଅଭୟ ଜେନା )- କଟକଜିଲ୍ଲା ସାଲେପୁର ରେ  ଫାଇଭ ଟି  ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଭରପୁର ସାଧାରଣ ସଭାରେ ଯୋଗ ଦେଇଥିଲେ । ପ୍ରଥମେ ହେଲିକପ୍ଟର ରେ ଆସି ସାଲେପୁର କଲେଜ ପଡିଆ ରେ ହୋଇଥିବା ହେଲିପ୍ୟାଡ଼ ରେ ଓହ୍ଲାଇବା ପରେ ସାଲେପୁର ଟାଙ୍ଗୀ ବିଜୁଜନତା ଦଳ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ସେଠାରୁ ଏକ ଶୋଭାଯାତ୍ରାରେ ଯାଇ ହାଇସ୍କୁଲ ପଡିଆ ରେ ଆୟୋଜିତ ନିର୍ବାଚନୀ ସଭାରେ  ଫାଇଭ ଟି  ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉଦବୋଧନ ଦେଇଥିଲେ । ଫାଇଭ ଟି  ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଙ୍କ ସହ  ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଓ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଉପସ୍ଥିତ ଜନସାଧାରଣ ଙ୍କୁ ଆଗାମୀ ନିର୍ବାଚନ ରେ ଭୋଟ ଦେଇ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।ଶ୍ରୀ ପାଣ୍ଡିଆନ ମଧ୍ୟ ଦୃଢ଼ ଭାବେ ବିରୋଧୀ ଙ୍କୁ ସମାଲୋଚନା କରିଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ନିବେଦନ କରିଥିଲେ ।  ସାଲେପୁର ସଭାପରେ ଶ୍ରୀ ପାଣ୍ଡିଆନ ମାହାଙ୍ଗା ସଭାରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *