ବ୍ଲକ ଓ ଏନଏସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଜୁନାଗଡ଼,୦୭/୦୩/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ) – କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଙ୍କ ମିଳିତ ଉଦ୍ୟମ ରେ ନିପୁଣ ଭାରତ ମେଳା ସ୍ଥାନୀୟ ହିଞ୍ଜିଳିବାହିଲି ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇ ଯାଇଛି । ନିପୁଣ ଭାରତ ନୂତନ ଶିକ୍ଷାନୀତି ୨୦୨୦ ର ଏକ ଅଂଶ ବିଶେଷ । ୨୦୨୬-୨୭ ବର୍ଷ ସୁଦ୍ଧା ତୃତୀୟ ଶ୍ରେଣୀ ସମାପ୍ତ ବେଳକୁ ମୌଳିକ ସାକ୍ଷ୍ୟରତା ଓ ସଂଖ୍ୟା ଜ୍ଞାନ ହାସଲ କରିବା ହେଉଛି ନିପୁଣ ଓଡିଶା ର ମୂଳ ଲକ୍ଷ୍ୟ । ଜୁନାଗଡ଼ ବ୍ଲକ ର ସମସ୍ତ ୧୬ ଗୋଟି କ୍ଲଷ୍ଟର ରୁ ସ୍ୱଳ୍ପ ମୂଲ୍ୟ ଓ ବିନା ମୂଲ୍ୟ ର ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା ।

ସେଥି ମଧ୍ୟରୁ ବ୍ରାହ୍ମଣୀଗୁଡା କ୍ଲଷ୍ଟର ର ତେନ୍ତୁଳୀଖୁଣ୍ଟି ଉପ୍ରା ବିଦ୍ୟାଳୟ ପ୍ରଥମ, ବଣିଜରା କ୍ଲଷ୍ଟର ର କୋଟେନ ପ୍ରାଥମିକ ବିଦ୍ୟାଳୟ ଦ୍ୱତୀୟ, ଓ ଚୋରିଆଗଡ଼ କ୍ଲଷ୍ଟର ର ମୋହନ ପଡା ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଠାରୁ ପୁରସ୍କୃତ ହୋଇଥିଲେ ଓ ସମସ୍ତ ପ୍ରତିଯୋଗୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏଥିପାଇଁ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ସୁଶାନ୍ତ କୁମାର ଠାକୁର ବି ଆର ସି ସି ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବେ ବି ଇ ଓ ଜୁନାଗଡ଼ ତପନ ମାଝୀ, ସମ୍ମାନିତ ଅତିଥି ଭାବେ ଶିକ୍ଷୟତ୍ରୀ ପ୍ରଶିକ୍ଷିକା ସୁଶ୍ରୀ ସୁନିତା ଦୁର୍ଗା, ଏ ବି ଇ ଓ ଜୁନାଗଡ଼ କ୍ଷୀରୋଦ ଭୋଇ, ପ୍ରଧାନ ଶିକ୍ଷକ କାର୍ଲି ସରୋଜ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ତେନ୍ତୁଳୀଖୁଣ୍ଟି ମକରଧ୍ଵଜ ରାଉତ, ଏନଏସି ସିଆରସିସି ନୀଳାଞ୍ଚଳ ନାଗ ଉପସ୍ଥିତ ରହି ଉଦବୋଧନ ଦେଇ ଥିଲେ ।

ସେହିପରି ସନ୍ଧ୍ୟାରେ ଉଦଯାପନୀ ଉତ୍ସବ ରେ ବିଇଓ ତପନ ମାଝୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ପ୍ରଶିକ୍ଷକ ଡିଆଇଇଟି ଈଶ୍ୱର ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ, ଓକିଲ ସଂଘ ସମ୍ପାଦକ ହିମାଂଶୁ ଶେଖର ବରାଡ଼, ଶିକ୍ଷକ ପ୍ରଶିକ୍ଷିକା ସୁଶ୍ରୀ ସୁନିତା ଦୁର୍ଗା, ବିଆରସିସି ସୁଶାନ୍ତ କୁମାର ଠାକୁର,ୱାର୍ଡ ସଭ୍ୟ ଗୋପାଳ ଚନ୍ଦନ ଯୋଗ ଦେଇ ଉଦବୋଧନ ଦେଇଥିଲେ । ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ମାଲିଗୁଡା ସୂର୍ୟ୍ୟ ନାରାୟଣ ଠାକୁର କରିଥିବା ବେଳେ ସରୋଜ କୁମାର ପଣ୍ଡା, ଯୀଶୁରାମ ଗୋପାଳ, ନିକିତା ସାହୁ ଓ ଜୁନାଗଡ଼ ବ୍ଲକ ର ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବୃନ୍ଦ ସହଯୋଗ କରିଥିଲେ । ସଭା ଶେଷରେ ପ୍ରଧାନ ଶିକ୍ଷକ ମକରଧ୍ୱଜ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *